ସଂଚାର ବ୍ୟୁରୋ: ଟଳିଲେ ୩ ଆତଙ୍କୀ । ଅପରେସନ ମହାଦେବରେ ୩ ପାକିସ୍ତାନୀ ଆତଙ୍କୀ ନିପାତ ସୂଚନା । ଜମ୍ମୁ କଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଅପରେସନ୍ ମହାଦେବ ଜରିଆରେ ସେନା ଗୁଳିରେ ମାଷ୍ଟର ମାଇଣ୍ଡ ହାସିମ ମୁସା ନିହତ ହୋଇଥିବା ଜଣାପଡିଛି । କୁଖ୍ୟାତ ଆତଙ୍କବାଦୀ ମୁସା ପହଲଗାମ୍ ଆଟାକର ମାଷ୍ଟର ମାଇଣ୍ଡ ଥିଲା । ହାସିମ ମୁସାକୁ ଧରାଇଦେବା ଲାଗି ୨୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କେବଳ ପହଲଗାମ୍ ନୁହେଁ ଅନ୍ୟ ଆତଙ୍କୀ ହମଲାରେ ମଧ୍ୟ ମୁସାର ବଡ଼ ଭୂମିକା ଥିଲା ।
ଅମରନାଥ ଯାତ୍ରା ମଝିରେ ଶ୍ରୀନଗର ମାଉଣ୍ଡ ମହାଦେବ ନିକଟରେ ଏନକାଉଣ୍ଟର । ଶ୍ରୀନଗର ଜଙ୍ଗଲରେ ୩ ଜଣ TRF ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଥିଲା ସେନା । ଏହାପରେ ଦିନ ୧୧ଟା ସମୟରେ ସର୍ଚ୍ଚଅପରେସନ ଆରମ୍ଭ କରାଯାଇଥିଲା । ଏହି ଆତଙ୍କୀ ମାନେ ପହଲଗାମ ହମଲାରେ ସାମିଲ ଥିବା ସଂଦେହ କରାଯାଉଛି।
ଜମ୍ମୁ ଓ କଶ୍ମୀର ପୋଲିସ ପୂର୍ବରୁ ଏହି ହମଲାରେ ଜଡ଼ିତ ୫ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରିଥିଲା, ଯେଉଁମାନଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ନାଗରିକ ଅସିଫ ଫୌଜୀ (ହାସିମ ମୁସା), ସୁଲେମାନ ଶାହ (ୟୁନୁସ), ଏବଂ ଅବୁ ତାଲହା (ଅସିଫ) ଏବଂ ୨ ଜଣ ସ୍ଥାନୀୟ କଶ୍ମୀର ବାସିନ୍ଦା ଅନନ୍ତନାଗର ଆଦିଲ ଗୁରୀ ଓ ପୁଲୱାମାର ଆହସାନ ସାମିଲ ଥିଲେ । ଜମ୍ମୁ କଶ୍ମୀର ପୋଲିସ ଓ ସିଆରପିଏଫ ପକ୍ଷରୁ ଜାରି ରହିଛି ଅପରେସନ ମହାଦେବ । ଆତଙ୍କୀ ଗତିବିଧିକୁ ଦୃଷ୍ଟିରେ ରଖି ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଖବର ଅନୁଯାୟୀ, ସୁରକ୍ଷା ବାହିନୀର ଦଳ ଦାଚିଗାମ ଜଙ୍ଗଲର ଉପର ଭାଗରେ ସର୍ଚ୍ଚ ଅପରେସନ୍ କରୁଥିଲେ । ଜମ୍ମୁ କଶ୍ମୀର ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନ୍ ଚାଲିଛି । ସର୍ଚ୍ଚ ଅପରେସନରେ ଲସ୍କର କମାଣ୍ଡରଙ୍କ ସମେତ ୩ ଲସ୍କର ଆତଙ୍କବାଦୀ ନିହତ । ନିହତ ୩ ଆତଙ୍କବାଦୀ TRF ସଂଗଠନର ବୋଲି ଜଣାପଡିଛି ।