ସଂଚାର ବ୍ୟୁରୋ: ରାୟଗଡ଼ା ପଦ୍ମପୁର ଅଂଚଳରେ ଲଜ୍ଜା। ୧୧ ବର୍ଷର ନାବାଳିକାକୁ ଘରକୁ ଡାକି ଫରେଷ୍ଟର ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅସଦାଚରଣ ଅଭିଯୋଗରେ ରାୟଗଡା ଜିଲ୍ଲା ଗୁଡାରି ବନଖଣ୍ଡ କେନ୍ଦୁଗୁଡା ସେକ୍ସନର ଫରେଷ୍ଟର ନରସିଂହ ଶତପଥୀ ଗିରଫ ହୋଇଛନ୍ତି। ନାବାଳିକାକୁ ଅସଦାଚରଣ କରୁଥିବା ବେଳେ ମାଡି ବସିଥିଲେ ଗ୍ରାମବାସୀ। ରଙ୍ଗିଲା ଫରେଷ୍ଟରକୁ ଗ୍ରାମବାସି ଅଟକ ରଖି ପଦ୍ମପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି।ନାବାଳିକା ଜଣକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଗତକାଲି ସ୍କୁଲରୁ ଫେରିବା ବେଳେ ଫରେଷ୍ଟର ରହୁଥିବା ଘର ଭିତରକୁ ଡାକିଥିଲେ। ଚକୋଲେଟ୍ ଓ ଖାତା କିଣିବା ପ୍ରଲାେଭନ ଦେଖାଇ ଫରେଷ୍ଟର ନରସିଂହ ଶତପଥୀ ନିଜ ଘର ଭିତରକୁ ଡାକି ଅସଦାଚରଣ କରିଥିଲେ। ନାବାଳିକା ଜଣକ ଜେଜେମା ପାଖରେ ରହି ପଢ଼ୁଥିବାବେଳେ ତାଙ୍କ ବାପା ଓ ମା ଉଭୟ ବାହାର ରାଜ୍ୟରେ ଦିନମଜୁରିଆ କାମ କରୁଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଗାଁରେ ପହଞ୍ଚି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏନେଇ ପଦ୍ମପୁର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାର ଜେଜେମା। ଆଜି ଉଭୟଙ୍କୁ ଡାକ୍ତରି ମାଇନା କରାଯିବା ନେଇ ପଦ୍ମପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଫରେଷ୍ଟରକୁ ଗିରଫ କରି ପଚରାଉଚରା କରୁଛି ପୋଲିସ।.