ରାଜଧାନୀ ଭୁବନେଶ୍ଵରରେ ଓୟୋ ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ । ଆସିଛି ଏହାର
ସିସିଟିଭି ଫୁଟେଜ। ହୋଟେଲ କର୍ମଚାରୀ ସେହି ଯୁବତୀଙ୍କୁ ଉଦ୍ଧାର କରୁଥିବାର ଭିଜୁଆଲ ନନ୍ଦିଘୋଷ ଟିଭି ହାତରେ ଲାଗିଛି। ସେପଟେ ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଜାଗମରା ସ୍ଥିତ ଦାସ ଇନ ନାମକ ଏକ ଓୟୋ ହୋଟେଲରୁ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ଯୁବତୀ ନୟାଗଡ଼ ଅଞ୍ଚଳରେ ସୋନାଲି ମହାପାତ୍ର । ସେ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିଲେ । ଘଟଣାରେ ପୁରୁଷବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଅଟକ ରଖିଛି ପୋଲିସ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେପଟେ ଦୁହିଁଙ୍କ ଭିତରେ ଗଣ୍ଡଗୋଳ ପରେ ଯୁବତୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।