ଆସନ୍ତା ୨୭ରେ ହେବ ସ୍ପେଶାଲ ଓଟିଇଟି ପରୀକ୍ଷା । ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ ଦିନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ । ସ୍ପେଶାଲ ଓଟିଇଟି ପାଇଁ ଆସନ୍ତା ୧୭ ତାରିଖରୁ ଓ୍ବେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ । ତେବେ ପରୀକ୍ଷା କେନ୍ଦ୍ର ବଦଳି ନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଜୁଲାଇ ୨୦ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ କାରଣରୁ ବାତିଲ ହୋଇଥିଲା । ଆଉ ଏହାର ତଦନ୍ତ କ୍ରମେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପୁଣି ଏହାକୁ ବାତିଲ କରାଯାଇଥିଲା । ଆଉ ଏବେ ସେପ୍ଟେମ୍ବର ୨୭ ତାରିଖରେ ପରୀକ୍ଷା କରାଯିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।