ସଂଚାର ବ୍ୟୁରୋ: ଚିନ୍ତା ବଢ଼ାଉଛି ସୁନା ଦର । ଲକ୍ଷେ ଛୁଇଁବ ସୁନାଦର । ୧୦ ଗ୍ରାମ ପ୍ରତି ସୁନା ଦର ୯୯ ହଜାର ୮ ଶହରେ ପହଞ୍ଚିଛି । ଶୁକ୍ରବାର ସୁନା ଦର ୯୮ ହଜାର ୧୫୦ ଟଙ୍କା ଥିବାବେଳେ ଆଜି ସର୍ବକାଳୀନ ଉଚ୍ଚସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ହେଲା 10 ଗ୍ରାମକୁ 98 ହଜାର 350 ଟଙ୍କା । 22 କ୍ୟାରେଟ୍ ସୁନା ଟପିଲା 90 ହଜାର ଟଙ୍କା । ସେହିପରି ରୂପା କେଜି ପ୍ରତି ଦର ୯୮ ହଜାର ୫ ଶହ ଟଙ୍କାକୁ ବୃଦ୍ଧି ପାଇଛି । ଆମେରିକା- ଚୀନ ଟାରିଫ ୱାର ପ୍ରଭାବରେ ସୁନା ଓ ରୂପା ବୃଦ୍ଧି ପାଇଥିବା ବଜାର ବିଶେଷଜ୍ଞ କହିଛନ୍ତି ।