ସଂଚାର ବ୍ୟୁରୋ: ପୂର୍ବତନ କର୍ଣ୍ଣାଟକ ପୋଲିସ ଡିଜି ଓମପ୍ରକାଶଙ୍କ ସନ୍ଦେହଜନକ ମୃତ୍ୟୁ। ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ। ହତ୍ୟା ସନ୍ଦେହରେ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ବଲି ସନ୍ଦେହ କରିଛି ପୋଲିସ। ହତ୍ୟା ସନ୍ଦେହରେ ପତ୍ନୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନରେ ରହସ୍ୟମୟ ପରିସ୍ଥିତିରେ ମୃତଦେହ ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ ତାଙ୍କ ସ୍ତ୍ରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କୁହାଯାଉଛି।
ଓମ ପ୍ରକାଶ ୨୦୧୫ ରୁ ୨୦୧୭ରେ ଅବସର ନେବା ପର୍ଯ୍ୟନ୍ତ ଡିଜିପି ଭାବରେ କାର୍ଯ୍ୟ କରିଥିଲେ। ହତ୍ଯା ଅଭିଯୋଗରେ ଓମ ପ୍ରକାଶଙ୍କ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ। ଓମ ପ୍ରକାଶଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନିଆଯାଇଥିଲା।୧୯୮୧ ବ୍ୟାଚର କର୍ଣ୍ଣାଟକ କ୍ୟାଡର ଆଇପିଏସ ଅଧିକାରୀ ଓମ ପ୍ରକାଶ। ୨୦୧୫ ରୁ ୨୦୧୭ରେ ଅବସର ନେବା ପର୍ଯ୍ୟନ୍ତ ଡିଜିପି ଏବଂ ପୋଲିସ ମହାନିରୀକ୍ଷକ ଆଇଜିପି ଭାବରେ କାର୍ଯ୍ୟ କରିଥିଲେ।ବିହାରର ଚମ୍ପାରଣର ମୂଳ ବାସିନ୍ଦା। ଭୂତତ୍ତ୍ଵରେ ଓମ ପ୍ରକାଶ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।