ପ୍ରକାଶ ପାଇଲା ଜେଇ ମେନ୍ ସେସନ୍-୨ର ପରୀକ୍ଷା ଫଳ । ଗତକାଲି ମଧ୍ୟରାତ୍ରିରେ ଜେଇ ପରୀକ୍ଷା ଫଳ ଘୋଷଣା କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ଅଲ୍ ଇଣ୍ଡିଆ ରାଙ୍କ ଘୋଷଣା କରିଛି ଏନଟିଏ । ଅଲ୍ ଇଣ୍ଡିଆ ରାଙ୍କ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଶା ଭୁବନେଶ୍ବରର ଓମ ପ୍ରକାଶ ବେହେରା । ସେ ରାଜସ୍ଥାନ କୋଟାରେ କୋଚିଂ ନେଉଥିଲେ । ତେବେ ୨୪ ଜଣ ଛାତ୍ରଛାତ୍ରୀ ଶତ ପ୍ରତିଶତ ସ୍କୋର ପାଇଥିବା ଏନଟିଏ ଘୋଷଣା କରିଛି । ୨୪ ଜଣ ଟପରଙ୍କ ମଧ୍ୟରେ ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗର ଛାତ୍ର ଛାତ୍ର ରହିଛନ୍ତି । ଦୁଇ ଜଣ ଛାତ୍ରୀ ଏହି ୨୪ ଜଣଙ୍କ ମଧ୍ୟରେ ରହିଛନ୍ତି ।