ସଂଚାର ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ । ଥଣ୍ଡାରେ ଥରିଲାଣି ପଶ୍ଚିମ ଓଡ଼ିଶା । ୩-୪ ଦିନରେ ଆହୁରି ପାରଦ କମିବ ବୋଲି ପୂବାନୁମାନ କରିଛି ପାଣିପାଗକେନ୍ଦ୍ର । ଚଳିତ ବର୍ଷ ବିଳମ୍ବରେ ଶୀତ ଅନୁଭବ ହୋଇଥିବା ବେଳେ ନଭେମ୍ୱରରେ ସାରା ଓଡ଼ିଶାରେ ସ୍ୱଳ୍ପ ଶୀତ ଅନୁଭବ ହେଉଛି । ପଶ୍ଚିମରେ ଏହାର ପ୍ରକୋପ ଅଧିକ ରହିଛି। ଉତ୍ତରରୁ ଶୁଷ୍କ ଓ ଥଣ୍ଡା ବାୟୁ ବହିବା ଦ୍ୱାରା ଆଗାମୀ ୩ ରୁ ୪ ଦିନରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ଖସିବ । ଆଉ ରାତ୍ରି ତାପମାତ୍ରା କମ ହେବା ସହ ସାରା ରାଜ୍ୟରେ ଶୀତ ବଢିବ ବୋଲି ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ୭ ଦିନ ଯାଏଁ ପାଗ ଶୁଖିଲା ରହିବ। ଅନ୍ୟଅଟେ ଗତ ୨୪ ଘଂଟାରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିଥିଲା। ଫୁଲବାଣୀରେ ୧୪, କୋରାପୁଟରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୬.୮, ଢେଙ୍କାନାଳରେ ୧୭, ଅନୁଗୁଳରେ ୧୭.୮, ନବରଙ୍ଗପୁରରେ ୧୮.୫, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକ ସହରର ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୧୯ ଡିଗ୍ରି ଉପରକୁ ଚାଲିଯାଇଛି।

