Sunday, June 14, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜ୍ୟରେ ସାମାନ୍ୟ କମିପାରେ ତାପମାତ୍ରା

Sanchar Live by Sanchar Live
April 26, 2026
in ଓଡିଶା
0
ରାଜ୍ୟରେ ସାମାନ୍ୟ କମିପାରେ ତାପମାତ୍ରା
0
SHARES
38
VIEWS
FacebookTwitter

ପଶ୍ଚିମରେ ୪୩ ଡିଗ୍ରୀ, ଉପକୂଳରେ ୩୮-୪୦ ଡିଗ୍ରୀ ସେଲସିୟସ୍ । ରବିବାରକୁ ନେଇ ଏମିତି ପାଣିପାଗ ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ସୋମବାର ବି ପ୍ରାୟତଃ ସମାନ ସ୍ଥିତି ରହିପାରେ । ୨୮ ତାରିଖ (ମଙ୍ଗଳବାର)ବେଳକୁ ସାମାନ୍ୟ କମିପାରେ ତାପମାତ୍ରା । ହେଲେ ବଡ଼ ଧରଣର ଆଶ୍ୱସ୍ତି ମିଳିନପାରେ।

ଓଡ଼ିଶା କିଛିଦିନ ହେବ ଗ୍ରୀଷ୍ମ ନିଆଁରେ ଜଳୁଛି । ଶନିବାର ୧୭ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ଝାରସୁଗୁଡ଼ା ଯେମିତି ନିଆଁ ପିଣ୍ଡୁଳା ପାଲଟିଯାଇଛି । ଶନିବାର ତାପମାତ୍ରା ଥିଲା ୪୪.୧ ଡିଗ୍ରୀ ସେଲସିୟସ୍ । ସ୍ୱାଭାବିକ ଠାରୁ ପ୍ରାୟ ୩ ଡିଗ୍ରୀ ଅଧିକ । ସ୍ୱାଭାବିକ ତୁଳନାରେ ଅଢ଼େଇ ଡିଗ୍ରୀ ଉପରକୁ ଉଠି ଟିଟିଲାଗଡ଼ ତାପମାତ୍ରା ୪୩ ଛୁଇଁଥିଲା । ବଲାଙ୍ଗୀର ତାପମାତ୍ରା ୪୩.୫ ଡିଗ୍ରୀ, ନୂଆପଡ଼ା ୪୩, ସୁନ୍ଦରଗଡ଼ ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ୪୨.୬, ସୋନପୁର ୪୨.୩, ଭବାନୀପାଟଣା ୪୨ ଡିଗ୍ରୀ ଥିଲା । ଭୁବନେଶ୍ୱର ଓ କଟକରେ ତାତି ସାମାନ୍ୟ କମିଥିଲା, ପାରଦ ଥିଲା ଯଥାକ୍ରମେ ୩୬.୮ ଡିଗ୍ରୀ ଓ ୩୬.୬ ଡିଗ୍ରୀ ସେଲସିୟସ ।

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୨/୩ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା’ପରେ ୨ରୁ ୪ ଡିଗ୍ରୀ କମିପାରେ । ରବିବାର ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ଅନ୍ୟପଟେ ଉପକୂଳ ଓଡ଼ିଶା ଓ ପାଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆସନ୍ତା ୨ ଦିନ ଗରମ ଓ ଗୁଳୁଗୁଳି ଲାଗି ରହିବ । ଆସନ୍ତା ୧ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ।

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନରେ ଗରମ ସହ ଗୁଳୁଗୁଳି ନାକେଦମ କରିପାରେ । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୨୭ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ୨୬ ରାତିରୁ କାଳବୈଶାଖୀ ବଢ଼ିପାରେ । ଏହି ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ ।

Tags: heat waveweatherreport
ShareTweetShareSend
Sanchar Live

Sanchar Live

Next Post
ଆଜି ଚେନ୍ନାଇକୁ ଭେଟିବ ଗୁଜୁରାଟ

ଆଜି ଚେନ୍ନାଇକୁ ଭେଟିବ ଗୁଜୁରାଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ଚାମେଲୀ ଓଝା
  • ଅନଲାଇନ ସପିଂ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
  • ସ୍ୱାମୀଙ୍କୁ ମନେ ପକାଇଲେ କରିସ୍ମା
  • କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି, ଓଡିଶାରୁ ୨ ଅଧିକାରୀ
  • ହାଇୱାକୁ ପିଟିଲା BMW କାର୍, ୨ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.