ସଂଚାର ବ୍ୟୁରୋ: ଜାଡ କଲାଣି ଅସ୍ତବ୍ୟସ୍ତ । ଶୀତରେ ଥରୁଛି ଓଡ଼ିଶା । ଆହୁରି ୭ ଦିନ ଶୀତଲହରି । ୧୬ ତାରିଖ ପରେ ସାମନ୍ୟ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ୭ ସହରରେ ୧୦ ଡିଗ୍ରୀ ତଳେ ପାରଦ ରହିଛି । ଗତ ୨୪ ଘଣ୍ଟାରେ ଅନୁଗୁଳ ଓ ଝାରସୁଗୁଡାରେ ଶୀତଲହରି ଦେଖିବାକୁ ମିଳିଛି । ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୬.୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ହିଲଷ୍ଟେସନ ଜି-ଉଦୟଗିରିରେ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଶୀତଲହରି ପାଇଁ ଝରସୁଗଡା, ସୁନ୍ଦରଗଡ, ଅନୁଗୁଳ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ରାଉରକେଲା ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଫଳରେ ଯାତାୟନ ସାମନ୍ୟ ବାଧାପ୍ରାପ୍ତ ହୋଇଥିଲା ।

