କାର୍ତ୍ତିକ ମାସ ପ୍ରଥମ ଦିନରେ ପନିପରିବା ଦର ଏବେ ଆକାଶ ଛୁଆଁ । ତେବେ ଏହାରି ଭିତରେ ବଢୁଥିବା କଞ୍ଚା ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଦ୍ଵି-ଗୁଣିତ କରିଛି । କଟକ ଛତ୍ର ବଜାର ଅର୍ବାନ ହାଟରେ ପନିପରିବା ଦର କିଲୋ ପ୍ରତି ୫୦ଟଙ୍କାରୁ ଶହେ ଟଙ୍କା ରହିଛି । ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ବର୍ତ୍ତମାନ ଘରେ ଆମିଷ ରୋଷେଇ ବନ୍ଦ ପରେ ସବୁଜ ପନିପରିବାର ଉଚ୍ଚା ଦରକୁ ଚିନ୍ତାରେ ବର୍ତ୍ତମାନ ଗ୍ରାହକ । ରୋଷେଇ ହେବ କେମିତି ଖାଇବେ କ’ଣ । ଏହି ପରିପ୍ରେକ୍ଷୀରେ ଗ୍ରାହକ ଯେଉଁଟି ଏକ କେଜି ପରିବା କିଣୁଥିଲେ ସେଠି ଅଧକିଲୋ କିମ୍ବା ତାଠୁ କମ୍ ମଧ୍ୟ କିଣିବା ପାଇଁ ବାଧ୍ୟ ହେଉଛନ୍ତି ।
ଯଦି ପରିବା ଦର ଉପରେ ନଜର ପକାଇବା ତେବେ କଟକ ଛତ୍ର ବଜାର ଅର୍ବାନ ହାଟରେ
ଫୁଲ କୋବି ଗୋଟା ୫୦ ରୁ ୬୦
ବାଇଗଣ ୬୦ ରୁ ୭୦
ଝୁଡଙ୍ଗ ୫୦
ବିଲାତି ୪୦
କାକୁଡି ୫୦ ରୁ ୬୯
ଗାଜର ୬୦
ସାରୁ ୪୦
କ୍ୟାପସିକମ ୧୦୦
କଖାରୁ ୩୦ରୁ ୪୦
ପୋଟଳ ୮୦
କାଙ୍କଡ଼ ୭୦
ଭେଣ୍ଡି ୭୦
ଜହ୍ନି ୬୦
ମୂଳା ବିଡ଼ା ୩୯
କଲରା ୬୦
ବିନ ୮୦
ସଜନା ଛୁଇଁ କିଲ ୧୪୦
ଆଳୁ ୨୦
ପିଆଜ ୨୦
କୁନ୍ଦୁରି ୪୦
ଅନ୍ୟପଟେ ଗତକିଛି ଦିନ ଧରି ଲଗାଣ ବର୍ଷାରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇନଥିଲେ ବି ଗଛ ଆଉ ବଢିବ କି ନାହିଁ ତାହା ସନ୍ଦେହରେ । ବର୍ଷା ମାଡରେ ଧୋଇଯାଇଛି ସବୁଜ ଫସଲ । ବିଲରେ ପାଣି ଜମି ପଚିଯାଇଛି ଗଛ ଫଳ ଧରିବ କି ନାହିଁ, ଚିନ୍ତାରେ ପଡିଯାଇଛି ଚାଷୀ । ଲଗାଣ ବର୍ଷାରେ ପନି ପରିବା ଫସଲ ଉଜୁଡିଯାଇଥିବା ବେଳେ ସେପଟେ ପାରିବା ଦର ଶହେ ମୁହାଁଇଲାଣି ।

