ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଭଳିକି ଭଳି ପ୍ରଜ୍ଞାପନ ମେଢ଼ ଗଡିଥାଏ। କେନ୍ଦ୍ରର ବିଭିନ୍ନ ସଂସ୍ଥା ଓ ରାଜ୍ୟମାନଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି କରି ପ୍ରଦର୍ଶିତ କରାଯାଇଥାଏ। କିନ୍ତୁ ବିଡମ୍ବନାର ବିଷୟ ଏଥର ଦିଲ୍ଳୀରେ ଦେଖିବାକୁ ମିଳିବନି ଓଡିଶାର ପ୍ରଜ୍ଞାପନ ମେଢ଼। ଯାହାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି।
ଏଥର ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦେଖିବାକୁ ମିଳିବନି ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ଏକ ଚିଠି ଆସିଛି । ଯେଉଁଥିରେ କର୍ତ୍ତବ୍ୟପଥରେ ଗଡିବା ପାଇଁ ଚୂଡାନ୍ତ ହୋଇଥିବ ତାଲିକାରେ ଓଡ଼ିଶାର ନାଁ ନାହିଁ। ଅର୍ଥାତ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରି ଦେଇଛି କେନ୍ଦ୍ର।