ଆଜିଠୁ ସ୍ବାଭାବିକ ହେଲା ଧାନ କିଣା । ୧୯ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି । ମିଲର୍ସଙ୍କ କିଛି ଦାବି ମାନିଛନ୍ତି ସରକାର । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ସୁଦ୍ଧା ୧୯ ଜିଲ୍ଲାରେ ୩ଲକ୍ଷ ୧୫ ହଜାର ୪୩୧ ଜଣ ଚାଷୀଙ୍କ ଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଏଥିମଧ୍ୟରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର ଉଠାଇଛନ୍ତି । ଏ ବାବଦରେ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି ।

