ବେଆଇନ ବେଟିଂ ଆପକୁ ପ୍ରମୋଟ କରିବା ମାମଲା। ୨୫ ସେଲିବ୍ରିଟିଙ୍କ ନାମରେ ମାମଲା ଦାୟର କଲା ତେଲଙ୍ଗାନା ପୋଲିସ। ସେମାନଙ୍କ ମଧ୍ଯରେ ଅଛନ୍ତି ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା, ଲକ୍ଷ୍ମୀ ମାଞ୍ଚୁ ପ୍ରମୁଖ। ହାଇଦ୍ରାବାଦ ଅନ୍ତର୍ଗତ ମିୟାପୁର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଫଣୀନ୍ଦ୍ର ଶର୍ମାଙ୍କ ଅଭିଯୋଗ କ୍ରମେ ମାମଲା ଦାୟର ହୋଇଛି। ଅଭିଯୋଗ ଅନୁସାରେ ବେଟିଂ ଆପରେ ନିବେଶ କରିବା ଲାଗି କେତେକ ଯୁବକଙ୍କୁ ପ୍ରଭାବିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆରେ ପ୍ରସାରିତ କରାଯାଇଥିଲା। ବିଭିନ୍ନ ବେଟିଂ ପ୍ଲାଟଫର୍ମକୁ ପ୍ରମୋସନ କରିବା ଲାଗି ତାରକାମାନେ ବିପୁଳ ଅର୍ଥ ନେଇଥିବା ଅଭିଯୋଗ ହୋଇଛି।