ଭୁବନେଶ୍ୱର : ବଢିଲା ବିଧାୟକଙ୍କ ହାତପାଣ୍ଠି । ଏମଏଲଏ ଲାଡ ଖର୍ଚ୍ଚ ୫ କୋଟିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ବିଧାୟକଙ୍କ ହାତପାଣ୍ଠି ଖର୍ଚ୍ଚ ପରିମାଣ ୩କୋଟି ଟଙ୍କା ରହିଥିଲା । ବଜେଟ ଉପସ୍ଥାପନ ବେଳେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ବଜେଟରେ ୭୩୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ନିର୍ବାଚନମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ ୧୪୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।