ଚାଷୀ ଓ ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସଂକଳ୍ପ ଯାତ୍ରା। ଓଡ଼ିଶାରୁ ଆରମ୍ଭ ହୋଇଛି ଏହି ଯାତ୍ରା। ଆଜି ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ । ମୁଖ୍ୟମନ୍ତ୍ରୀଙ୍କ ସମେତ ଯୋଗ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂ ଚୌହାନ। ଏହି ଅଭିଯାନ ୨୦ଟି ରାଜ୍ୟ ବୁଲିବ । ଆଗାମୀ ୧୫ ଦିନ ଦେଶ ବ୍ୟାପି ଚାଲୁ ରହିବ ଏହି ଅଭିଯାନ। ପ୍ରାୟ ୧. ୫ କୋଟି ଚାଷୀଙ୍କୁ ସିଧାସଳଖ ଭେଟିବେ ସରକାର। ଅବଗତ କରାଇବେ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା। ଚାଷୀ ଭାଇ ଭଉଣୀମାନଙ୍କୁ ସମାଜର ଆର୍ଥିକ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ କହିଛନ୍ତି ମୁଖ୍ୟମନ୍ତ୍ରୀ।