ସଂଚାର ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ୧୫ ଦିନ ଧରି ଶୀତ ଜାରି ରହିଛି l ଫୁଲବାଣୀ ସହରରେ ସକାଳୁ ଘନ କୁହୁଡ଼ି ସାଙ୍ଗକୁ ହାଲୁକା ଥଣ୍ଡା ଅନୁଭୂତ ହେଉଛି। ସକାଳୁ ସକାଳୁ ପ୍ରାତଃ ଭ୍ରମଣର ମଜା ନେଉଛନ୍ତି ସହରବାସୀ l ପଡ଼ିଆରେ ନିଜକୁ ଫିଟ ରଖିବା ପାଇଁ କରୁଛନ୍ତି ବ୍ୟାୟାମ l କୁହୁଡି ବର୍ଷା କରି ଘାସ ଗାଲିଚାରେ କାକର ବିନ୍ଦୁ ମୁକ୍ତାର ଭ୍ରମ ସୃଷ୍ଟି କରୁଛି। l ଚାହା ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି।
