ସଂଚାର ବ୍ୟୁରୋ ; ଆଇପିଏସ ସ୍ତରରେ ପଦୋନ୍ନତି । ୨୦୦୧ ବ୍ୟାଚର ଆଇପିଏସ ସାଇନି ଏସଙ୍କୁ ଏଡିଜିପି ପଦକୁ ପଦୋନ୍ନତି ମିଳିଛି । ୨୦୦୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ନାଏକ ଓ ଉମାଶଙ୍କର ଦାସ ଆଇଜି ପାହ୍ଯାକୁ ପଦୋନ୍ନତି ପାଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୮ ବ୍ଯାଚର ଆଇପିଏସ ପ୍ରକାଶ ଆରଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପ୍ରମୋସନ ମିଳିଛି । ୨୦୧୨ ବ୍ୟାଚର ଆଇପିଏସ ଅଧିକାରୀ ମଡକର ସନ୍ଦୀପ ସମ୍ପଦ ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅନ୍ୟ ୬ ଆଇପିଏସଙ୍କୁ ମଧ୍ୟ ମିଳିଛି ପେ ମାଟ୍ରିକ୍ସ ପଦୋନ୍ନତି ।

