Thursday, February 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

Sanchar Live by Sanchar Live
February 5, 2026
in ଓଡିଶା
0
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
0
SHARES
11
VIEWS
FacebookTwitter

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ଦେଓ ରଞ୍ଜନଙ୍କୁ ଇସ୍ପାତ ଓ ଖଣି, ଅରବିନ୍ଦଙ୍କୁ ରାଜସ୍ବ । ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂଙ୍କୁ ଅତିରିକ୍ତ ଭାବେ ଇସ୍ପାତ ଓ ଖଣି ବିଭାଗର ମୁଖ୍ୟ ଶାସନ ସଚିବ (ଏସିଏସ) ଭାବେ ନିଯୁକ୍ତି ମିଳିଛି । ଇସ୍ପାତ ବିଭାଗର ଅତିରିକ୍ତ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ (ଜିଏ)ର ଏସିଏସ ଭାବେ ନିଯୁକ୍ତି ମିଳିଛି । ପୂର୍ବ ଭଳି ସେ ସଂସଦୀୟ ବ୍ୟାପାର ବିଭାଗର ଏସିଏସ ଦାୟିତ୍ବ ତୁଲାଇବେ । ସେହିପରି ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏହାଛଡ଼ା ସେ କେବିକେର ମୁଖ୍ୟ ପ୍ରଶାସକ ଭାର ତୁଲାଇବେ । ଶ୍ରମ ଓ ଇଏସଆଇ ବିଭାଗର ଏସିଏସ୍ ଚିତ୍ରା ଅରୁମୁଗମଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ଏସିଏସ୍ ଭାବେ ଦାୟିତ୍ବ ମିଳିଛି  । ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । କୃଷି ସଚିବ ଡ. ଅରବିନ୍ଦ ପାଢୀଙ୍କୁ ରାଜସ୍ବ ବିଭାଗର ଏସିଏସ୍ ଦାୟିତ୍ବ ଦେଇଛନ୍ତି ସରକାର । ଏହାସହ ସେ ଅତିରିକ୍ତ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାର ସମ୍ଭାଳିବେ ।  ଗୃହ ଓ ନଗର ଉନ୍ନୟନ ବିଭାଗର ଏସିଏସ୍ ଉଷା ପାଢୀଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର ।

ସେହିଭଳି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେଶ ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।  ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ତଥା ଓଏସଆରଟିସିର ଏମଡି ଏନବିଏସ୍ ରାଜପୁତ୍ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାର ମୁଣ୍ଡାଇବେ । ପୂର୍ବ ଭଳି ସେ ଓଏସଆରଟିସିର ଏମଡି ଦାୟିତ୍ବ ମଧ୍ୟ ତୁଲାଇବେ । ପଞ୍ଚାୟତରାଜ ସଚିବ ଗିରିଶ ଏସଏନ ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଦିଲ୍ଲୀରୁ ଫେରିବା ପରେ ଡ. ମୃଣାଳିନୀ ଦର୍ସ୍ବାଲ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ରାଜେଶ ପ୍ରଭାକର ପାଟିଲଙ୍କୁ ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ, ଏସଆରସି ଓ ଓସଡମାର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ମୁଣ୍ଡାଇବେ ।

ପର୍ଯ୍ୟଟନ ସଚିବ ବଲଓ୍ବନ୍ତ ସିଂ ନୂଆ କରି ସରକାର ଗଠନ କରିଥିବା ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଭାର ସମ୍ଭାଳିବେ । କ୍ରୀଡ଼ା ଓ ଯୁବ ବିଭାଗର ଦାୟିତ୍ବ ମଧ୍ୟ ପୂର୍ବ ଭଳି ସେ ତୁଲାଇବେ । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ନିର୍ଦ୍ଦେଶକ ରଶ୍ମିତା ପଣ୍ଡା ବିଡିଏର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡର ଏମଡି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାମ କରିବେ ।

ମତ୍ସ୍ୟ ସମ୍ପଦ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍ ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଭାବେ କାମ କରିବେ। ଅତିରିକ୍ତ ଭାବେ କ୍ରୁଟର ଏମଡି ଦାୟିତ୍ବ ମଧ୍ୟ ସମ୍ଭାଳିବେ । ଉଠା ଜଳସେଚନ ନିଗମ ଏମଡି ମାନସୀ ନିମ୍ଭାଲ ମିଶନ ଶକ୍ତିର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ହସ୍ତଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ଭାର ତୁଲାଇବେ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଥିବା ଅନୁପମ ସାହଙ୍କୁ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକସନର ଏମଡି, ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ଆରଡିସି ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର ।

Tags: ias changeodisha
ShareTweetShareSend
Sanchar Live

Sanchar Live

Next Post
WPL ଫାଇନାଲ : ଅଧା ରହିଗଲା ଦିଲ୍ଲୀର ସ୍ବପ୍ନ, ପୁଣି ବାଜି ମାରିନେଲା ଆରସିବି

WPL ଫାଇନାଲ : ଅଧା ରହିଗଲା ଦିଲ୍ଲୀର ସ୍ବପ୍ନ, ପୁଣି ବାଜି ମାରିନେଲା ଆରସିବି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • WPL ଫାଇନାଲ : ଅଧା ରହିଗଲା ଦିଲ୍ଲୀର ସ୍ବପ୍ନ, ପୁଣି ବାଜି ମାରିନେଲା ଆରସିବି
  • ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
  • ବେଦାନ୍ତ ଆଲୁମିନିୟମର ‘ମିଲାପ’ କିପରି କଳାହାଣ୍ଡିରେ ଗୋଷ୍ଠୀଗତ ଯୋଗଦାନକୁ ଦେଉଛି ନୂଆ ରୂପ
  • ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
  • ପୁଣି କମିଲା ସୁନା ଏବଂ ରୂପା ଦର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.