ଦୁଇଦିନ ହେବ ରାଜ୍ୟରେ କିମଛି ତାପମାତ୍ରା । ୩୫ଡିଗ୍ରୀରୁ କିମଛି ପାରା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି କମିବା ସମ୍ଭାବନା ରହିଛି। ଗତକାଲି ରାଜ୍ୟର କୌଣସି ସହରର ତାପମାତ୍ରା ୩୫ ଡିଗ୍ରି ଛୁଇଁ ନାହିଁ । ତେବେ ୨୯ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ସର୍ବାଧିକ ତାପମାତ୍ରା ଅନୁଗୁଳରେ ୩୪.୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୩୪.୬, ମାଲକାନଗରିରେ ୩୪.୫ ଓ ପାରଳାଖେମୁଣ୍ଡିରେ ୩୪ଡିଗ୍ରି ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୯. ୭ ଡିଗ୍ରି ରେକର୍ଡ ହୋଇଛି। ପୂର୍ବରୁ ସବୁଠାରୁ କମ୍ ତାପମାତ୍ରା ରହୁଥିବା ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରେକର୍ଡ କରାଯାଇଛି। ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାକୁ କାଲି ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। ଏହି ଦିନମାନଙ୍କରେ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନେକ ସ୍ଥାନରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ଆଶଙ୍କା କରାଯାଉଛି। ଆଜି ଗଞ୍ଜାମ, ନୟାଗଡ଼, କଳହାଣ୍ଡି ଓ କନ୍ଧମାଳର କେତେକ ଜାଗାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।