ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଛୁଆଁ ମହାସ୍ନାନ ନୀତି। ସକାଳେ ଶ୍ରୀମନ୍ଦିର ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥିଲା। ଏହା ପରେ ମଇଲମ ନୀତି ସମ୍ପନ୍ନ ପରେ ଛୁଆଁ ହୋଇଯାଇଥିବା ହେତୁ ଛୁଆଁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପ୍ରାୟ ଅଧ ଘଣ୍ଟା ଧରି ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ। ମହାସ୍ନାନ ନୀତି ଶେଷ ହେବା ପରେ ପୁଣି ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ମହାସ୍ନାନ ପୂଜା ଶେଷ ପରେ ମଇଲମ ନୀତି କରାଯାଇ ମହାପ୍ରଭୁଙ୍କର ତଡ଼ପ ଲାଗି ଓ ଅବକାଶ ପୂଜା ନୀତି କରାଯାଇଛି।

