Monday, December 15, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

କେଉଁଠୁ ଆସୁଛି ବନ୍ଧୁକ ? ବଢ଼ିଲାଣି ଚିନ୍ତା

Sanchar Live by Sanchar Live
December 15, 2025
in ଅପରାଧ
0
କେଉଁଠୁ ଆସୁଛି ବନ୍ଧୁକ ? ବଢ଼ିଲାଣି ଚିନ୍ତା
0
SHARES
11
VIEWS
FacebookTwitter

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗିରି ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାହା ସମଗ୍ର ରାଜ୍ୟ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ପୂର୍ବରୁ ବଡ଼ ଅପରାଧ କିମ୍ବା ମାଓବାଦୀ ବେଆଇନ୍‌ ବନ୍ଧୁକ ବ୍ୟବହାର କରୁଥିଲେ। ସବୁ କିଛି ଲୁଚାଚୋରାରେ ହେଉଥିଲା। କେନ୍ଦ୍ରାପଡା ଘଟଣାରୁ ସ୍ପଷ୍ଟ ହେଉଛି ଲୋକେ ଏବେ ଘରେ ଘରେ ବନ୍ଧୁକ ରଖିଲେଣି। ସାମାନ୍ୟ ବଚସା ପାଇଁ ବି ବନ୍ଧୁକ ବାହାର କରିଦେଉଛନ୍ତି । ନିୟମିତ ଭାବେ ବନ୍ଧୁକରୁ ବାହାରୁଥିବା ଗୁଳି ଲୋକଙ୍କୁ ଆତଙ୍କିତ କରୁଛି। ରାଜ୍ୟ ବାହାରର ବନ୍ଧୁକ ମାଫିଆ ସକ୍ରିୟ ହୋଇ ରାଜ୍ୟକୁ ବନ୍ଧୁକର ବନ୍ୟା କରିବାରେ ଲାଗିଛନ୍ତି । ଓଡ଼ିଶାରେ ବିହାର ଭଳି ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସେପଟେ ପୁଲିସ କେବଳ ଛୋଟମୋଟ ବନ୍ଧୁକ ବେପାରୀଙ୍କୁ ଧରି ନିଜ ପିଠି ନିଜେ ଥାପୁଡାଇବାରେ ଲାଗିଛି ।

ରାଜ୍ୟରେ  ବେଆଇନ୍‌ ବନ୍ଧୁକ ଏବେ ସହଜ ଉପଲବ୍ଧ। ବଜାରରେ ୮ରୁ ୧୦ହଜାର ଟଙ୍କା ମଧ୍ୟରେ ବନ୍ଧୁକ ସହଜରେ ଉପଲବ୍ଧ ହୋଇଯାଉଛି। ଯିଏ ପାରୁଛି ସିଏ କିଣି ଆଣୁଛି। ବେଆଇନ୍‌ ବନ୍ଧୁକ କିଣାବିକାରେ କୌଣସି ପ୍ରକାର ରୋକ୍‌ଟୋକ୍‌ ନାହିଁ। ଯାହାଫଳରେ ବନ୍ଧୁକ ଅପରାଧ ମଇଦାନରୁ ଆସି ସ୍କୁଲ୍‌ ଭିତରେ ପହଁଞ୍ଚିଲାଣି। ପିଲା କିମ୍ବା ଶିକ୍ଷକଙ୍କୁ ଧମକାଇବାକୁ ବି ପିଲାମାନେ ବନ୍ଧୁକ ଧରି ସ୍କୁଲକୁ ଚାଲି ଆସୁଛନ୍ତି। ଚଳିତ ବିଧାନସଭାରେ ରାଜ୍ୟରେ ବେଆଇନ୍‌ ବନ୍ଧୁକ କାରବାରକୁ ନେଇ ଉଦ୍‌ବେଗ ପ୍ରକାଶ କରି ଦୁଇ ବର୍ଷରେ କେତେ ବେଆଇନ୍‌ ବନ୍ଧୁକ ଜବତ ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ। ଏହି ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ ୭୧୬ଟି ବନ୍ଧୁକ ମିଳିଥିଲା ବେଳେ ୨୦୨୪ ମସିହାରେ ୫୭୨ଟି ବନ୍ଧୁକ ଜବତ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ୨୦୨୪ ମସିହାରେ ଟୁଇନ୍‌ସିଟିରୁ ୭୧ଟି ବନ୍ଧୁକ ମିଳିଥିଲା ବେଳେ ୨୦୨୫ ମସିହାରେ ଟୁଇନ୍‌ ସିଟିରେ ୧୦୦ରୁ ଊର୍ଦ୍ଧ୍ବ ବନ୍ଧୁକ ମିଳିଲାଣି।

ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରେ ଦେଶୀ ବନ୍ଧୁକ ପ୍ରସ୍ତୁତ କରୁଥିଲେ। ହେଲେ ଏବେ ଉପକୂଳ ଜିଲ୍ଲା ଗୁଡ଼ିକରେ ଦେଶୀ ନୁହେଁ ବିଦେଶୀ ବନ୍ଧୁକ ତିଆରି କାରଖାନା ଚାଲୁଛି। ବର୍ଷ ବର୍ଷ ଧରି ଏହି ବନ୍ଧୁକ କାରଖାନା ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୁଲିସକୁ ସାମାନ୍ୟତମ ସୁରକ୍‌ ମିଳୁନି। କଟକ ଜିଲା ୪୨ ମୌଜା ଅଞ୍ଚଳରେ ଏକ ବନ୍ଧୁକ କାରଖାନା ୧ବର୍ଷ ଧରି ଚାଲୁଥିଲା।  ହେଲେ ପୁଲିସକୁ ଖବର ବି ନଥିଲା। ଏସ୍‌ଟିଏଫ୍‌ ଚଢାଉ କଲାପରେ ବିପୁଳ ପରିମାଣରେ ବନ୍ଧୁକ ଜବତ କଲା। ଗତକିଛି ଦିନ ଧରି କମିଶନରେଟ୍‌ ପୁଲିସ ନିୟମିତ ଭାବେ ୫ରୁ ଅଧିକ ବନ୍ଧୁକ ଜବତ କରୁଛି। ଏହା ମଧ୍ୟରେ ମାରାତ୍ମକ କାରବାଇନ୍‌ ବନ୍ଧୁକ ରହୁଛି। ଯାହାକୁ ଦେଖିଲେ ଲାଗୁଛି ଯେ କେହିବି କିଣିବ ସେ ଯେପରି ଯୁଦ୍ଧ ଘୋଷଣା କରିବାକୁ ଯାଉଛି।

Tags: crimegunodisha
ShareTweetShareSend
Sanchar Live

Sanchar Live

Next Post
ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି

ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜରେ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି
  • କେଉଁଠୁ ଆସୁଛି ବନ୍ଧୁକ ? ବଢ଼ିଲାଣି ଚିନ୍ତା
  • କଂଗ୍ରେସରୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବହିଷ୍କୃତ
  • ସୋମବାର ଏହି ରାଶି ଉପରେ ରହିବ ଶିବଙ୍କ କୃପା
  • କେଉଁ ବୟସରେ ଛୁଆଙ୍କୁ ଦେବେ ନନ୍-ଭେଜ୍ ? ଜାଣନ୍ତୁ ସଠିକ୍ ବୟସ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.