Sunday, September 28, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ହେବ ଖାଲି ପଡିଥିବା ସରକାରୀ ପଦବୀ, ନିଯୁକ୍ତି ଆୟୋଗଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Sanchar Live by Sanchar Live
January 2, 2025
in ଓଡିଶା
0
ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ହେବ ଖାଲି ପଡିଥିବା ସରକାରୀ ପଦବୀ, ନିଯୁକ୍ତି ଆୟୋଗଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
0
SHARES
11
VIEWS
FacebookTwitter

ଭୁବନେଶ୍ୱର :  ଆସନ୍ତା ୫ବର୍ଷ ମଧ୍ୟରେ ଦେଢ଼ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବେ ସରକାର । ଏନେଇ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିର ହୋଇଛି । ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୧ଲକ୍ଷ ୧୦ହଜାର ୫୫୭ଟି ମୂଳପଦବୀ ଖାଲି ପଡ଼ିଛି । ତେବେ ଏହି ସବୁ ପଦବୀ ଭର୍ତ୍ତି କରିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ରାଜ୍ୟ ସରକାର । ଏହି ସମସ୍ତ ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ନିଯୁକ୍ତି ଆୟୋଗଗୁଡ଼ିକୁ ପ୍ରସ୍ତାବ ପଠାଇବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାଜ୍ୟର ୩ଟି ନିଯୁକ୍ତି ଆୟୋଗର ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ ବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ ଭାବେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ଅତ୍ୟାବଶ୍ୟକୀୟ ସେବା ଯୋଗାଉ ଥିବା ବିଭାଗ, ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗର ପଦବୀ ଗୁଡିକୁ ଖାଲି ନ ରଖି ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ତେବେ ଗ୍ରୁପ-ବି ବର୍ଗର ପଦବୀଗୁଡ଼ିକ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ଦରକାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଚନ୍ତି । ଭିନ୍ନକ୍ଷମ ବର୍ଗର ନିଯୁକ୍ତି କ୍ଷେତ୍ରରେ ଯାଂଚ ଓ ସଂରକ୍ଷଣ ପାଇଁ ଅର୍ଥ ବିଭାଗରେ କାର୍ଯ୍ୟରତ ଥିବା କ୍ଷମତାପ୍ରାପ୍ତ କମିଟିର ପୁନର୍ଗଠନ କରି ସେଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରତିନିଧିଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।

ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟରେ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଲୋକବଳ ବଢ଼ିଲେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେଇହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: govt of odishajobmohan majhi
ShareTweetShareSend
Sanchar Live

Sanchar Live

Next Post
ବାଂଲାଦେଶରେ ଗିରଫ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣଦାସଙ୍କ ଆଜି ଜାମିନ ଶୁଣାଣି

ବାଂଲାଦେଶରେ ଗିରଫ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣଦାସଙ୍କ ଆଜି ଜାମିନ ଶୁଣାଣି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.