Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସବୁ ପଦବୀ ପୂରଣ କରିବା ପାଇଁ ମୋହନ ସରକାରଙ୍କ ଆକ୍ସନ ପ୍ଲାନ୍

Sanchar Live by Sanchar Live
August 26, 2024
in ଓଡିଶା
0
ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସବୁ ପଦବୀ ପୂରଣ କରିବା ପାଇଁ ମୋହନ ସରକାରଙ୍କ ଆକ୍ସନ ପ୍ଲାନ୍
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ: ଆକ୍ସନ ମୁଡରେ ମୋହନ ସରକାର । ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକୁ ପୂରଣ କରିବା ନେବାକୁ ଯାଉଛନ୍ତି ପଦକ୍ଷେପ । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ପଦବୀ ମଧ୍ୟରୁ ଖାଲିପଡ଼ିଥିବା ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ପୂରଣ ପାଇଁ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବାକୁ ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ କୁହାଯାଇଛି । ଏହାସହିତ ଆସନ୍ତା ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ନିଯୁକ୍ତି ମେଳା ମାଧ୍ୟମରେ ୧୮୭୮୮ଜଣ କନିଷ୍ଠ ଶିକ୍ଷକ(ସ୍କିମେଟିକ)ଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ ବୋଲି ଜଣାପଡ଼ିଛି । କେବଳ ସେପ୍ଟେମ୍ବର ମାସରେ ୭ଟି ନିଯୁକ୍ତି ମେଳାର ଆୟୋଜନ କରାଯାଇ ମୋଟ ୨୧୯୧୮ଟି ବିଭିନ୍ନ ବର୍ଗର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଂଟନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ରାଜ୍ୟର ମୋଟ ୩ଲକ୍ଷ ୯୯ହଜାର ୬୬୬ଟି ମୂଳ ସରକାରୀ ପଦବୀ ମଧ୍ୟରୁ ୧ଲକ୍ଷ ୩୨ହଜାର ୪୫୯ଟି ପଦବୀ ଖାଲି ପଡ଼ିଛି । ସେଥିରୁ ୯୨୨୦୩ଟି ପଦବୀକୁ ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ମିଳିସାରିଥବାବେଳେ ବାକି ୪୦୨୫୬ଟି ପଦବୀକୁ ଅନୁମୋଦନ ପ୍ରକ୍ରିୟା ସେପ୍ଟେମ୍ବରମାସ ସୁଦ୍ଧା ସାରିବା ପାଇଁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ୯୨୨୦୩ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି ସେଥିରୁ ୭୮୯୧୯ଟି ପଦବୀକୁ ପୂରଣ ପାଇଁ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସୀକୁ ଚିଠି ଲେଖି ଅବଗତ କରାଯାଇଥିବାବେଳେ ବାକି ଥିବା ୧୩୨୮୪ଟି ପଦବୀ ପୂରଣ ପାଇଁ ଚଳିତମାସ ସୁଦ୍ଧା ନିଯୁକ୍ତି ଏଜେନ୍ସୀକୁ ରିକ୍ୟୁଜିସନ୍ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଖାଲି ପଡ଼ିଥିବା ସମସ୍ତ ମୂଳ ସରକାରୀ ପଦବୀକୁ ପୂରଣ ନିମନ୍ତେ ନିଯୁକ୍ତି ଏଜେନୀଗୁଡ଼ିକୁ ଆସନ୍ତା ଅକ୍ଟୋବର ସୁଦ୍ଧା ସମସ୍ତ ବିଭାଗ ଦ୍ୱାରା ରିକ୍ୟୁଜିସନ୍ ନିଶ୍ଚିତ ଭାବେ ପଠାଯିବ ଓ ସମ୍ପୃକ୍ତ ନିଯୁକ୍ତି ଏଜେନ୍ସୀଗୁଡ଼ିକ ଡିସେମ୍ବର ସୁଦ୍ଧା ଏସବୁ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବେ ବୋଲି ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଆକ୍ସନ ପ୍ଲାନରୁ ଜଣାପଡ଼ିଛି । ତେବେ ଯେଉଁ ୪୦୨୫୬ଟି ମୂଳ ପଦବୀକୁ ଏପର୍ଯ୍ୟନ୍ତ କ୍ଷମତାପ୍ରାପ୍ତ କମିଟିଙ୍କ ଅନୁମୋଦନ ମିଳିନାହିଁ ସେଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୧୬୭୩୮ଟି ପଦବୀ, ଗୃହ ବିଭାଗର ୬୧୫୦ଟି ପଦବୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ୪୬୧୨ଟି ପଦବୀ, କୃଷି ଓ କୃଷକକଲ୍ୟାଣ ବିଭାଗର ୨୦୫୦ଟି, ଉଚ୍ଚଶିକ୍ଷା ବିଭାଗର ୧୬୯୩ଟି ପଦବୀ ରହିଛି ।

କେବଳ ସେତିକି ନୁହେଁ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟ ସରକାର ମୋଟ ୪୬ଟି ନିଯୁକ୍ତି ମେଳା ଆୟୋଜନ କରି ନିଯୁକ୍ତି ଏଜେନ୍ସୀଗୁଡ଼ିକ ଦ୍ୱାରା ୩୪୬୮୬ଟି ସରକାରୀ ପଦବୀ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଂଟିବେ ବୋଲି ଜଣାପଡ଼ିଛି । ଏଥିରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୨ରେ କୃତକାର୍ଯ୍ୟ ୬୮୩ଟି ପଦବୀ, ଟିଜିଟି ଟିଚର(ଆର୍ଟସ) ୯୧୨ଟି ପଦବୀ, ୩୦୦ କନେଷ୍ଟବଳ(କମ୍ୟୁନିକେସନ), ୪୮ଜଣ ଜୁନିୟର ଏମଭିଆଇ, ୧୯୬ଜଣ ମାଇନିଂ ଅଫିସର, ୬ଟି ସିଧାସଳଖ ଡିଏସପି ପଦବୀ, ୬୦୯ଜଣ ପୁଲିସ ଏସଆଇ,ବିଭିନ୍ନ ବାଟାଲିୟନ ପାଇଁ ୧୫୧୩ଜଣ କନେଷ୍ଟବଳ, ୨୭୧୨ଜଣ ପ୍ରାଣୀଧନ ନିରୀକ୍ଷକ,ଫରେଷ୍ଟର ଓ ଫରେଷ୍ଟ ଗାର୍ଡ, ୫୬୯ଜଣ କ୍ଲାସିକାଲ ଟିଚର ଆଦି ପାଇଁ ନିଯୁକ୍ତି ମେଳା ଆୟୋଜନ ହେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ମୂଳପଦବୀକୁ ପୂରଣ କରିବା ଦିଗରେ ପୂର୍ବର ବିଜେଡି ସରକାର ବିଶେଷ ଆନ୍ତରିକତା ନଦେଖାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃଥଇଥାନ କରି କାର୍ଯ୍ୟ ଚଳାଉଥିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ନିଯୁକ୍ତି ଆଶାୟୀମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏବେ ବିଜେପି ସରକାର ଖାଲି ପଡ଼ିଥିବା ମୂଳ ସରକାରୀ ପଦବୀକୁ ପୂରଣ କରିବା ଉପରେ ପ୍ରାଥମିକତା ଦେଉଥିବାରୁ ପ୍ରଶାସନିକସ୍ତରରେ ଏଭଳି ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

 

Tags: govt jobmohan majhi
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି କଣ କହୁଥିଲେ ବାବା ?

ଜାଣନ୍ତୁ କ୍ରୋଧକୁ ନିୟନ୍ତ୍ରଣ କରିବା ଲାଗି କଣ କହୁଥିଲେ ବାବା ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.