ସଂଚାର ବ୍ୟୁରୋ: ଓଡିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଯାଇଛି । ଗେଟ୍ସ ଫାଉଣ୍ଡେସନ ସହିତ ଏହି ବୁଝାମଣାପତ୍ର ଓଡ଼ିଶାରେ କୃଷିର ବିକାଶ ପାଇଁ କାମ କରିବ । ଏହି ଅବସରରେ ଓଡିଶା କୃଷି ପରିସଂଖ୍ୟାନ ପୁସ୍ତକ 2023-24 ମଧ୍ୟ ଉନ୍ମୋଚିତ କରାଯାଇଛି । ଏଥିରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମସ୍ଚ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।