ସଂଚାର ବ୍ୟୁରୋ: ପୁଣି ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ । ଗୋଟିଏ ସମୟରେ ଦୁଇ ଦୁଇଟି ପରୀକ୍ଷା । OPSC ପକ୍ଷରୁ ଆଜି ASO ଲିଖିତ ପରୀକ୍ଷା ରହିଛି । ସକାଳ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା ରହିଛି । ସେହିଭଳି OSSSC ପକ୍ଷରୁ ଆଜି ସକାଳ ୯ଟାରୁ ୧୦ଟା ୩୦ ମଧ୍ୟରେ RI, ICDS, ARI ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସେହି ସମାନ ସମୟ ୯ଟାରୁ ୧୦ଟା ୩୦ରେ ASO ପେପର-୧ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ପରୀକ୍ଷା ଦେବେ ? OSSSC ଓ OPSC ମଧ୍ୟରେ ସମନ୍ବୟକୁ ନେଇ ସନ୍ଦେହରେ ପରୀକ୍ଷାର୍ଥୀ । ସେପଟେ ପରୀକ୍ଷା କରାଉଥିବା ସଂସ୍ଥା ମାନଙ୍କ ଭିତରେ ସମନ୍ଵୟ ଅଭାବରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ଆଣିଲା ଷ୍ଟୁଡେଣ୍ଟ ଏଗେନ୍ସଟ କରପସନ

