Saturday, February 14, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆସନ୍ତା ଅପ୍ରେଲ ୧୬ ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା

Sanchar Live by Sanchar Live
February 14, 2026
in ଓଡିଶା
0
ଆସନ୍ତା ଅପ୍ରେଲ ୧୬ ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା
0
SHARES
19
VIEWS
FacebookTwitter

ଆସନ୍ତା ଅପ୍ରେଲ ୧୬ ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା
ମେ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ଜନଗଣନା। ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମୀଳନୀ କକ୍ଷ ଠାରେ ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଅପ୍ରେଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଶ୍ରୀ କଲ୍ୟାଣ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏପ୍ରିଲ ମାସ ପ୍ରଥମ ଦୁଇ ସପ୍ତାହରେ ଘର ଗଣନା ଓ ଆତ୍ମଗଣନା କରାଯିବ । ଏହା ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା କାର୍ଯ୍ୟକୁ ପ୍ରଥମ ଥର ପାଇଁ ଡିଜିଟାଲ ପ୍ରକ୍ରିୟାରେ କରାଯିବ । ଯେ କୌଣସି ବ୍ୟକ୍ତି ସେନ୍ସସ୍ ପୋର୍ଟାଲ ରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ।

ଯଦିଓ ଜନଗଣନା ଦେଶରେ ପ୍ରତି ୧୦ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେବା କଥା, ମାତ୍ର ଏହା ୨୦୧୧ ମସିହା ପରେ ପ୍ରାୟ ୧୫ ବର୍ଷ ବ୍ୟବଧାନ ପରେ ଜନଗଣନା ହେଉଥିବାରୁ, ଦେଶର ଜଣେ ସଚେତନ ନାଗରିକ ହିସାବରେ ନିଜର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପ୍ରଦାନ କରିବାକୁ ଗଂଜାମ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ । ଏଥିରେ କେବଳ ବ୍ୟକ୍ତି ବିଶେଷଙ୍କ ଗଣନା ହୁଏ ନାହିଁ , ବରଂ ପ୍ରତ୍ୟେକ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତିର ସମ୍ପୂର୍ଣ୍ଣ ବିବରଣୀ ଲିପିବଦ୍ଧ କରାଯାଏ । ଚଳିତ ଥର ଜନଗଣନାକାରୀମାନେ ଜିଲ୍ଲାର ପ୍ରତ୍ୟେକ ଘର କୁ ଘର ଯାଇ ସମସ୍ତ ତଥ୍ୟର ସଠିକ୍ ବିବରଣୀ ଲିପିବଦ୍ଧ କରିବେ । ଘର କୁ ଘର ଯାଇ ପରିବାରର ମୂରବୀ, ତାଙ୍କର ଜାତି, ଲିଙ୍ଗ, ବୟସ ଠାରୁ ଆରମ୍ଭ କରି ସମସ୍ତ ପାରିବାରିକ ସ୍ଥିତି ଏହିପରି ମୋଟ ୩୩ ଗୋଟି ପ୍ରଶ୍ନ ଜନସାଧାରଣଙ୍କୁ ପଚାରିବେ ଏବଂ ସମସ୍ତ ତଥ୍ୟକୁ ନିର୍ଭୁଲ ଭାବରେ ଲିପିବଦ୍ଧ କରିବେ ବୋଲି ଉଭୟେ କହିଛନ୍ତି ।

ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ ପ୍ରଶିକ୍ଷଣ ଅଧିକାରୀଭାବେ ଯୋଗଦେଇ ଆଗାମୀ ଜନଗଣନାକୁ କିପରି ସୂଚାରୁ ରୂପେ ସମ୍ପାଦନା କରାଯାଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଆଗାମୀ ଦିନରେ ମାଷ୍ଟର ଟ୍ରେନରମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପରେ ଜିଲ୍ଲାସ୍ତରରେ ନିୟୋଜିତ ଅଧିକାରୀମାନଙ୍କ ପ୍ରଶିକ୍ଷଣ କରାଯିବ ।

Tags: janagananaodisha
ShareTweetShareSend
Sanchar Live

Sanchar Live

Next Post
ପ୍ରେମୀଯୁଗଳଙ୍କ ଅପେକ୍ଷାର ପ୍ରେମ ଦିବସ

ପ୍ରେମୀଯୁଗଳଙ୍କ ଅପେକ୍ଷାର ପ୍ରେମ ଦିବସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଜାଗର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ଜାରି ହେଲା ନୂଆ କଟକଣା
  • ପୁଣି ବଢିଲା ସୁନା ଦର
  • ପ୍ରେମୀଯୁଗଳଙ୍କ ଅପେକ୍ଷାର ପ୍ରେମ ଦିବସ
  • ଆସନ୍ତା ଅପ୍ରେଲ ୧୬ ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା
  • ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.