ସଂଚାର ବ୍ୟୁରୋ: ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ। ହେଉଛି ଆଲୋଚନା ଚାଲିଛି ତର୍କ ବିତର୍କ। ଚର୍ଚ୍ଚାରେ କମ୍ପୁଛି ଗୃହ କାର୍ଯ୍ୟ। ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ , ଅବକାରୀ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି। ସେହିଭଳି ଶୂନ୍ୟକାଳରେ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗ ଉଠାଇବେ ସଦସ୍ୟ। ବିରୋଧୀ ବିଜେଡି ଗୃହରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଣିବ ମୁଲତବୀ ପ୍ରସ୍ତାବ। ଦ୍ଵିତୀୟ ଅଧ୍ୟାୟରେ ରହିଛି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଓ ଯୋଗାଣ ବିଭାଗର ଅତିରିକ୍ତ ବଜେଟ୍ ଖର୍ଚ୍ଚ ଦାବି ଆଲୋଚନା।.

