ସଂଚାର ବ୍ୟୁରୋ: ଶୂନ୍ୟକାଳରେ ସରଗରମ ହେଲା ଗୃହ। ୩ଟି ପ୍ରସଙ୍ଗ ଉଠାଇ ଗୃହରେ ଜବାବ ମାଗିଲା ବିରୋଧୀ ବିଜେଡି l ବାଚସ୍ପତି କଣ ପଦକ୍ଷେପ ନେଇଛନ୍ତି ସେ ନେଇ ଗୃହକୁ ଅବଗତ କରିବାକୁ ଦାବି କଲେ ବିରୋଧୀ ଦଳ ଉପନେତା ପ୍ରତାପ କେଶରୀ ଦେବ l ବିରୋଧୀ ଦଳ ନେତାଙ୍କୁ ଜେଲ ଦଣ୍ଡ ଦିଆଯାଉ କଥା ବିଧାନସଭାରେ ଖୋଦ ସଂସଦୀୟ ମନ୍ତ୍ରୀ କହିଥିଲେ l ଏହାକୁ ବିବରଣୀରୁ ବାଦ୍ ଦେବାକୁ ବିଜେଡି ଦାବି କରିଥିଲା l ସେ ନେଇ ବିଚାର କରିବେ ବୋଲି କହିଥିଲେ । କଣ ପଦକ୍ଷେପ ନେଲେ ଗୃହକୁ ଅବଗତ କଲେ ନାହିଁ ବୋଲି କହିଛନ୍ତି ପ୍ରତାପ । ଏହାସହ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ମାରିବା ଘଟଣାକୁ ନେଇ କଣ ନିଷ୍ପତି ନେଇଛନ୍ତି l ଏ ନେଇ ସ୍ପଷ୍ଟୀକରଣ ଦେଇନାହାନ୍ତି l ଆଇନ ମନ୍ତ୍ରୀ କହିଥିଲେ ୧୫ ଦିନ ଭିତରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ହେଲେ ଏଯାଏ ସେ ନେଇ ଗୃହରେ କିଛି କହିନାହାନ୍ତି । ସେ ନେଇ କଣ ପଦକ୍ଷେପ ନିଆ ଯାଇଛି ତାହା ଜଣାଇବାକୁ ବିଜେଡି ଦାବି କରିଛି। ସେହିପରି ବିଧାନସଭା ଚାଲିଥିବା ସମୟରେ ଅଗ୍ନିବୀର ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ l ଯାହାକୁ ବିରୋଧ କରି ବିଜେଡି ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲା l ସେ ନେଇ କଣ ବିଚାର କଲେ ତାହା ଗୃହକୁ ଜଣାନ୍ତୁ ବୋଲି କହିଥିଲେ ବିରୋଧୀ। ଏହାସହ ବିଧାନସଭାରେ ଏନଏସି ଗଠନ ଦାବି ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇଛି l ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ନିଜ ନିଜ ନିର୍ବାଚନୀ ମଣ୍ଡଳୀରେ ଥିବା ବ୍ଲକକୁ ଏନଏସି ମାନ୍ୟତା ଦେବାକୁ ଦାବି କରିଛନ୍ତି l ପୂର୍ବ ସରକାରରେ ୫୭ଟି ଏନଏସି ଗଠନ ପାଇଁ ଘୋଷଣା କରାଯାଇଥିଲା l ଏହା ସହ ୧୮ଟି ନୂଆ ଏନଏସିକୁ ମାନ୍ୟତା ଦେବାକୁ ସୁପାରିସ କରାଯାଇଛି l ଏହା ଉପରେ ସରକାର କଣ ନିଷ୍ପତି ନେଇଛନ୍ତି ସେ ନେଇ ବିଧାୟକ ମାନେ ଦାବି କରିଥିଲେ l ମନ୍ତ୍ରୀ କହିଛନ୍ତି ନିୟମ ଅନୁସାରେ ଆମେ ବିଚାର କରିବୁl