ସଂଚାର ବ୍ୟୁରୋ: କାଶ୍ମୀର ପହଲଗାମରୁ ସୁରକ୍ଷିତ ଫେରିଛନ୍ତି ୮ ଓଡ଼ିଆ ପର୍ଯ୍ୟଟକ। ପୁରୀ ସତ୍ୟବାଦୀ ଅଞ୍ଚଳର ୮ ପର୍ଯ୍ୟଟକ । ପହଲଗାମରୁ ଫେରି ହୃଦୟ ବିଦାରକ ଚିତ୍ର ବଖାଣିଛନ୍ତି। ଘଟଣା ଘଟିବା କିଛି ସମୟ ପୂର୍ବରୁ ସେମାନେ ଘଟଣାସ୍ଥଳରୁ ଅଳ୍ପ ଦୂରକୁ ଚାଲି ଯାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ଆଜି ସମସ୍ତେ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଥିବାରୁ ଖୁସି ଅଛନ୍ତି। ପର୍ଯ୍ୟଟକ ମାନଙ୍କ ଭିତରେ ୨ ଜଣ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି। ସମେସ୍ତ ସୁରକ୍ଷିତ ଭାବରେ ଓଡିଶାରେ ପହଞ୍ଚିଛନ୍ତି।