ସଂଚାର ବ୍ୟୁରୋ: ପଞ୍ଜାବରେ ଝଟକିଲେ ଓଡିଆ ପୁଅ । ନ୍ଯାସନାଲ ରୋଇଂ ଚାମ୍ପିୟନସିପରେ ଭାଗ ନେଇ ଯାଜପୁର ସୁକିନ୍ଦାର ଆୟୁଷ ବଳ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି । ଓଡିଶା ପାଇଁ ଆଣିଛନ୍ତି ଗୌରବ । ଆୟୁଷଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।
ପଞ୍ଜାବରେ ଓଡିଆ ପୁଅଙ୍କ କମାଲ । ସ୍ଵର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଆଣିଲେ ଗୌରବ । ଯାଜପୁର ସୁକିନ୍ଦା ବ୍ଲକ ନିମପଲ୍ଲୀ ଗାଁର ଆୟୁଷ ବଳ ପଞ୍ଜାବରେ ସପ୍ତମ ଜାତୀୟ ରୋଇଂ ଚାମ୍ପିୟନସିପରେ ଭାଗ ନେଇ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଆୟୁଷଙ୍କ କ୍ରୀଡା ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ତାଙ୍କୁ କଟକ ଜଗତପୁରର ସାଇ ହଷ୍ଟେଲରେ ଭର୍ତ୍ତି କରିଥିଲେ । ତେବେ ତାଙ୍କର ପିଲାଦିନରୁ କ୍ରୀଡାପ୍ରତି ଥିବା ଆଗ୍ରହ ଆଜି ତାଙ୍କୁ ବିରାଟ ସଫଳତା ଦେଇଛି । ଆୟୁଷଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି।
ଆୟୁଷ ଗାଁରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ଯ ସ୍ଵାଗତ କରାଯାଇଥିଲା । ପରିବାର ପକ୍ଷରୁ ଗାଁ ମନ୍ଦିରରେ ପୂଜାର୍ଚ୍ଚନା ସହ ଭୋଜିଭାତର ଆୟୋଜନ କରାଯାଇଥିଲା । ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଆୟୁଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତେବେ ଆୟୁଷ ଭବିଷ୍ୟତରେ ଆହୁରି ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶାବାଦୀ ଅଛନ୍ତି।