ସଂଚାର ବ୍ୟୁରୋ: ସୁଭଦ୍ରା ଆବେଦନ କରିବ ଥିବା ମହିଳାଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ମହିଳାଙ୍କ ଆକାଉଣ୍ଟ ଯିବ ଟଙ୍କା। ଏହି ପର୍ଯାୟ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟୁ ୫୦୦୦ ହଜାର ଟଙ୍କା ସହାୟତା ରାଶି ପଠାଯିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବାରିପଦାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସେହିଭଳି “ସୁଭଦ୍ରା’ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି,ଏହି ଯୋଜନାରେ ଏଯାଏଁ ୯୬ ଲକ୍ଷ ମହିଳା ଆବେଦନ କରିସାରିଲେଣି । ଆଛି ଦିନ ଭିତରେ ୧ କୋଟି ଆବେଦନ ମିଳିବ । ସରକାର ୧ କୋଟି ମହିଳାଙ୍କୁ ନିଶ୍ଚିତ ସୁଭଦ୍ରା ସହାୟତା ପ୍ରଦାନ କରିବେ । କାହା ପାଖକୁ ଆଗ ଯାଇଛି । ଆଉ କାହା ପାଖକୁ ପଛରେ ଯାଉଛି । ମାତ୍ର ସମସ୍ତ ଯୋଗ୍ୟ ହିତାଧିକାରୀ ମହିଳା ନିଶ୍ଚିତ ଏ ସହାୟତା ରାଶି ପାଇବେ । ତେଣୁ ଯେଉଁମାନେ ଆବେଦନ କରିଛନ୍ତି ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ଇ-କେୱାଇସି ଯାଞ୍ଚ ପାଇଁ ଟିକେ ସମୟ ଲାଗୁଛି ।