ସଂଚାର ବ୍ୟୁରୋ: ବିକଶିତ ଓଡିଶା ଗଠନ କରିବାକୁ ହେଲେ ଲଘୁ ଓ ମଧ୍ୟମ ଉଦ୍ୟୋଗୀଙ୍କ ବିକାଶ ଜରୁରୀ। ଲଘୁ ଉଦ୍ୟୋଗୀଙ୍କ ପାଇଁ ଥିବା ସରକାରୀ ପ୍ରୋତ୍ସାହନ ବାବଦରେ ଯୁବ ଉଦ୍ୟୋଗୀଙ୍କୁ ସଚେତନ କରାଯିବ। ଅଧିକ ଓଡ଼ିଆ କିପରି ଉଦ୍ୟୋଗୀ ହୋଇପାରିବେ ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି। ସରକାରଙ୍କ ନୀତି ଭଲ ଅଛି, ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କାମ କରିବୁ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ। ରାଜ୍ୟରେ ଅଚଳ ଥିବା ଲଘୁ ଓ ମଧ୍ୟମ ଉଦ୍ୟୋଗକୁ ସଚଳ କରାଯିବ। MSME କ୍ଷେତ୍ରରେ ଗ୍ରାମାଞ୍ଚଳର ଅଧିକ ଯୁବକ ଯୁବତୀଙ୍କୁ ସାମିଲ କରାଯିବ। ରାଜ୍ୟରେ ଶିଳ୍ପ ପାଇଁ ସ୍ଥିତି ଅନୁକୂଳ ରହିଛି । ବିକଶିତ ଓଡିଶା ପାଇଁ MSMEର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଲଘୁ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କହିଛନ୍ତି। ଓସମୀର ୩୮ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଉତ୍ସବରେ ଦୁଇ ମନ୍ତ୍ରୀ ଯୋଗଦେଇ ଏମଏସଏମଇ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି।