ସଂଚାର ବ୍ୟୁରୋ: ପ୍ରକାଶ ପାଇଲା ୨୦୨୪ ଓଏଏସ ପରୀକ୍ଷା ଫଳ। ପରୀକ୍ଷାରେ ମୋଟ ୬୮୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ଯରେ ୨୫୮ ମହିଳା ପରୀକ୍ଷାର୍ଥୀ କୃତକାର୍ଯ୍ଯ ହୋଇଛନ୍ତି। ଓପିଏସସି ଲାଗି ଆବେଦନ କରିଥିଲେ ୯୨ ହଜାର ୯୧୪ ପ୍ରାର୍ଥୀ। ସେମାନଙ୍କ ମଧ୍ଯରେ ମହିଳା ଥିଲେ ୩୪, ୭୧୨। ସେମାନଙ୍କ ମଧ୍ଯରୁ ପରୀକ୍ଷା ଦେଇଥିଲେ ୪୦, ୫୮୬। ୮ ହଜାର ୨୨୦ ପ୍ରାର୍ଥୀ ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଟପ ଟେନରେ ରହିଛନ୍ତି ୫ ମହିଳା ଓ ୫ ପୁରୁଷ। ଶ୍ବେତାଶ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି। ସେ ପ୍ରଥମ ଚେଷ୍ଟାରେ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଏନଆଇଟି ଦୁର୍ଗାପୁରରେ ବିଟେକ କରିଛନ୍ତି ଶ୍ବେତାଶ୍ରୀ। ପ୍ରିଙ୍କିଲ ପରବିନ ପରିଡ଼ା ଦ୍ବିତୀୟ, ଦୀପ୍ତି ରଞ୍ଜନ ପତି ତୃତୀୟ, ପ୍ରଜ୍ଞା ପାରଙ୍ଗମ ଚତୁର୍ଥ, ଆଜାଦ କୁମାର ସାହୁ ପଞ୍ଚମ ହୋଇଛନ୍ତି। ସେହିପରି ଦୀପମ ରାଉତ ଷଷ୍ଠ, ଦେବବ୍ରତ ଗୌଡ଼ ସପ୍ତମ, ଆଦିତ୍ଯ ଦୀପଙ୍କର ଷଡ଼ଙ୍ଗୀ ଅଷ୍ଟମ, କପିଳ କୁମାର ମହାନ୍ତି ନବମ ଓ ଅମ୍ରିତା ସାହୁ ଦଶମ ସ୍ଥାନରେ ଅଛନ୍ତି।
ଏକାଦଶ ସ୍ଥାନରେ ବିକାଶ କୁମାର ସାହୁ, ଦ୍ବାଦଶ ସ୍ଥାନରେ ସତ୍ଯ ସନାତନ ପାଣିଗ୍ରାହୀ, ତ୍ରୟୋଦଶ ସ୍ଥାନରେ ନୁରି ପରବିନ, ଚତୁର୍ଦ୍ଦଶ ସ୍ଥାନରେ ସାରା ମଲ୍ଲିକ, ପଞ୍ଚଦଶ ସ୍ଥାନରେ ବିକାଶ ରଞ୍ଜନ ସାହୁ ଅଛନ୍ତି।…
ଷୋଡ଼ଶ ସ୍ଥାନରେ ଶୁଭମ ଚିନ୍ତନ ତ୍ରିପାଠୀ, ସପ୍ତଦଶ ସ୍ଥାନରେ ପ୍ରତିମା ନାୟକ, ଅଷ୍ଟାଦଶ ସ୍ଥାନରେ ରାଜୀବ ଲୋଚନ ଦୀକ୍ଷିତ, ଉନ୍ନବିଂଶ ସ୍ଥାନରେ ପ୍ରିୟଙ୍କା ପାଲ, ବିଂଶ ସ୍ଥାନରେ ସିଦ୍ଧାନ୍ତ ନାୟକ।