ସଂଚାର ବ୍ୟୁରୋ: ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି ।
୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି । ନିୟମିତ ହୋଇନଥିବା ନର୍ସିଂ ଅଫିସରଙ୍କୁ ନିୟମିତ କରାଯିବା । ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ନିଯୁକ୍ତି ବନ୍ଦ ହେଉ । କେବିକେ ଅଞ୍ଚଳରେ କାମ କରୁଥିବା ନର୍ସିଂ ଅଫିସରଙ୍କୁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ଦିଆଯାଉ । ଆୟୁଷ୍ମାନ କେନ୍ଦ୍ରରେ ଥିବା ସିଏଚଓଙ୍କୁ ସରକାରୀ ହସ୍ପିଟାଲରେ ନିଯୁକ୍ତି ଭଳି ୧୦ ଦଫା ଦାବିରେ ଏହି ଆନ୍ଦୋଳନ କରିଥିଲେ ନର୍ସିଂ ଅଧିକାରୀ।

