ସଂଚାର ବ୍ୟୁରୋ: ଆସନ୍ତା ନଭେମ୍ବର ୧୧ରେ ନୂଆପଡା ବିଧାନସଭା ଉପନିର୍ବାଚନ। ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଗେଜେଟ ବିଜ୍ଞପ୍ତି ପ୍ରକାଶ ଅକ୍ଟୋବର ୧୩ରେ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୨୦। ପ୍ରାର୍ଥିପତ୍ର ଯାଞ୍ଚ ଅକ୍ଟୋବର ୨୧ ଥିବାବେଳେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୩। ଆସନ୍ତା ନଭେମ୍ବର ୧୧ରେ ହେବ ଭୋଟ ଗ୍ରହଣ। ନଭେମ୍ବର ୧୪ରେ ପ୍ରକାଶ ପାଇବ ଫଳାଫଳ॥

