ସଂଚାର ବ୍ୟୁରୋ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ସହିତ ଯୁଦ୍ଧ ପରିସ୍ଥିତି ବେଳେ ପାକିସ୍ତାନ ନୂଆ NSA ନିଯୁକ୍ତ କରିଛି। ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଅସୀମ ମଲିକଙ୍କୁ ନୂଆ NSA ଭାବେ ନିଯୁକ୍ତ କରାଯାଇଛି। ସେପ୍ଟେମ୍ବର 2024 ଠାରୁ ସେ ISI ମୁଖ୍ୟ ପଦବୀରେ ଅଛନ୍ତି । ଏହା ସହିତ ବର୍ତ୍ତମାନ NSA ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ISI ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ପୂର୍ବରୁ, ଅସୀମ ମଲିକ ପାକିସ୍ତାନ ସେନାର ମୁଖ୍ୟାଳୟରେ ଅତିରିକ୍ତ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ। ଆଇନଗତ ଏବଂ ଶୃଙ୍ଖଳାଗତ ମାମଲା ସମେତ ସାମରିକ ପ୍ରଶାସନିକ ବ୍ୟାପାରର ତଦାରଖ କରୁଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମୀଙ୍କ ଦ୍ୱାରା ପ୍ରତିବାଦକୁ ଦମନ କରିବାରେ ଅସିମ ମଲ୍ଲିକଙ୍କ ପ୍ରମୁଖ ହାତ ଥିଲା। ତାଙ୍କ କ୍ୟାରିଅର ସେ ବଲୁଚିସ୍ତାନ ଏବଂ ଦକ୍ଷିଣ ୱାଜିରିସ୍ତାନ ଡିଭିଜନର ମଧ୍ୟ ନେତୃତ୍ୱ ନେଇଥିଲେ।