ସରିଲା ନୃସିଂହନାଥ ମହାପ୍ରଭୁଙ୍କ ବୈଶାଖ ମେଳା । ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ସମ୍ପର୍ଣ୍ଣ ହୋଇଯାଇଛି ମହାପ୍ରଭୁ ମାର୍ଜର କେଶରୀଙ୍କର ଜନ୍ମୋତ୍ସବ ଓ ବୈଶାଖ ମେଳା । ୧ ଲକ୍ଷ ୨୫ ହଜାର ବୀଜ ମନ୍ତ୍ର ଜପ ଓ ୧୨ ହଜାର ଆହୁତି ସହ ସମ୍ପର୍ଣ୍ଣ ହୋଇଯାଇଛି ମହାପ୍ରଭୁଙ୍କର ବୈଶାଖ ମେଳା । ଏହି ମେଳା ସମୟରେ ପୀଠରେ ବହିଯାଉଥିବା ପାପ ନାଶିନୀ ଝରଣାରେ ବୁଡ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ରହିଛି ବିଶ୍ଵାସ । ସେହି ବିଶ୍ଵାସ ନେଇ କେବଳ ଓଡିଶା ନୁହଁ ବରଂ ପଡୋଶୀ ରାଜ୍ୟ ଛତିଶଗଡ ଝାରଖଣ୍ଡ ଏବଂ ମଧ୍ୟପ୍ରଦେଶରୁ ବି ଆସି ଝରଣାରେ ବୁଡ଼ ପକାଇଥାନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କର ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ମନ୍ଦିର କମିଟି ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ।

