Thursday, June 5, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

କ୍ଷମା ମାଗିବାକୁ ମନା କଲେ କମଲ ହାସନ

Sanchar Live by Sanchar Live
June 3, 2025
in ମନୋରଞ୍ଜନ
0
କ୍ଷମା ମାଗିବାକୁ ମନା କଲେ କମଲ ହାସନ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ବଢ଼ିଲା କର୍ଣ୍ଣାଟକ ଓ ତାମିଲନାଡୁରେ ଭାଷା ବିବାଦ। ନିଜର ବୟାନ ଲାଗି କ୍ଷମା ମାଗିବାକୁ ମନା କରିଛନ୍ତି କମଲ ହାସନ। ଏପରିକି ବର୍ତ୍ତମାନ ଲାଗି କର୍ଣ୍ଣାଟକରେ ସେ ଫିଲ୍ମ ରିଲିଜ କରିବେ ନାହିଁ ବୋଲି ସେ କହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟରେ କମଲ ହାସନଙ୍କ ଓକିଲ ଧ୍ୟାନ ଚିନ୍ନାପ୍ପା କହିଛନ୍ତି- କର୍ଣ୍ଣାଟକରେ କମଲ ହାସନଙ୍କ ଫିଲ୍ମ ଥଗ ଲାଇଫ ବର୍ତ୍ତମାନ ରିଲିଜ ହେବ ନାହିଁ। କନ୍ନଡ ଭାଷା ତେଲଗୁ ଭାଷାରୁ ସୃଷ୍ଟି ବୋଲି କମଲ ହାସନ କହିବା ପରଠାରୁ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ କମଲ ହାସନ କାହିଁକି କ୍ଷମା ମାଗିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ। ସେପଟେ କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ କମର୍ସ ବା କେଏଫସିସି ସହ ଆଲୋଚନା କରିବା ଲାଗି ଫିଲ୍ମ ପ୍ରଯୋଜକଙ୍କ ଲିଗାଲ ଟିମ୍ ଏକ ସପ୍ତାହ ମାଗିଥିବା ସୂଚନା ମିଳିଛି। ଶୁଣାଣି ବେଳେ କେଏଫସିସିକୁ କମଲ ହାସନ ପଠାଇଥିବା ଚିଠିକୁ ବି ଦାଖଲ କରିଥିଲେ ଓକିଲ। କନ୍ନଡ ଭାଷା ଓ କନ୍ନଡଙ୍କ ଲାଗି ତାଙ୍କ ସମ୍ମାନ ଥିବା କମଲ ହାସନ ଦର୍ଶାଇଥିବା ଚିଠିରେ ଉଲ୍ଲେଖ ରହିଛି। ବିବାଦୀୟ ବୟାନ ପ୍ରସଙ୍ଗରେ କମଲ ହାସନ ସିଧାସଳଖ କ୍ଷମା ପ୍ରାର୍ଥନା କରି ନଥିବାରୁ ପ୍ରଶ୍ନ କରିଥିଲେ ଜଷ୍ଟିସ ଏମ. ନାଗପ୍ରସନ୍ନଙ୍କ ନେତୃତ୍ବାଧୀନ ଖଣ୍ଡପୀଠ। ଜଷ୍ଟିସ କହିଥିଲେ- କ୍ଷମା ପ୍ରାର୍ଥନା ବାଧ୍ଯତାମୂଳକ ନୁହେଁ। ନିଜର ସମ୍ମାନ ଦୃଷ୍ଟିରୁ କମଲ ହାସନ ଏହା ମାନିବା କଥା। ତେବେ ଓକିଲଙ୍କ ଯୁକ୍ତିରେ କୋର୍ଟ ବିଶେଷ ସନ୍ତୁଷ୍ଟ ନଥିବା ସୂଚନା ମିଳିଛି। ମାମଲାକୁ ବନ୍ଦ କରିବା ଲାଗି ଅନୁରୋଧ କରିବା ସହ ଏହି ଶିଳ୍ପରେ ସମସ୍ତେ ବଞ୍ଚିବା ଆବଶ୍ୟକ ବୋଲି ଓକିଲ କହିଛନ୍ତି। କର୍ଣ୍ଣାଟକରେ ତାମିଲ ଫିଲ୍ମ ରିଲିଜ ହେଉ। କନ୍ନଡ ଫିଲ୍ମ ବି ରିଲିଜ ହେଉ। ଦେଶକୁ କେହି ଭାଗ ଭାଗ କରିପାରିବେ ନାହିଁ। ତେବେ ଏହି ବୟାନକୁ ବିଚାରପତି ଗ୍ରହଣ କରି ନଥିବା ସୂଚନା ମିଳିଛି। ଆସନ୍ତା ଜୁନ ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: Kamal hasanlanguage issue
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

ଭୁବନେଶ୍ବରରେ ଭୁଶୁଡ଼ିଲା କୋଠା, ଜଣେ ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଦଳାଚକଟା ମାମଲାରେ RCB ବିରୋଧରେ FIR ରୁଜୁ
  • ବାରୁଦ ସିଜ୍ କଲା କଳାହାଣ୍ଡି ପୋଲିସ
  • ଶିକ୍ଷକଙ୍କ ବଦଳି ସୁପାରିସ୍ ପାଇଁ ଦିଆଯାଇଥିବା କ୍ଷମତା ପ୍ରତ୍ୟାହାର କରିବାକୁ ବିଧାୟକଙ୍କ ଦାବି
  • ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ସରକାର
  • ଆଜି ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ କରିବେ ପ୍ରେସ କନଫରେନ୍ସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.