Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ପାଣ୍ଡିଆନଙ୍କ ବିରୋଧୀଙ୍କୁ ସ୍ଥାନ ଦେଲେନି ନବୀନ !

Sanchar Live by Sanchar Live
May 5, 2025
in ରାଜନୀତି
0
ପାଣ୍ଡିଆନଙ୍କ ବିରୋଧୀଙ୍କୁ ସ୍ଥାନ ଦେଲେନି ନବୀନ !
0
SHARES
863
VIEWS
FacebookTwitter

ସଂଚାର ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁନଶ୍ଚ ସଭାପତି ନିଯୁକ୍ତ ହେବା ପରେ ଦଳର ସାଂଗଠନିକ ପୁର୍ନଗଠନ କରିଛନ୍ତି। ପୁର୍ନଗଠନ କରି ନବୀନ ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସବୁ ବିଜୁୂ ଜନତା ଦଳର ନେତା ଓ କର୍ମୀମାନଙ୍କୁ ଚକିତ କରିଛି। ଏହି ପୁର୍ନଗଠନରେ ନବୀନ ସ୍ପଷ୍ଟ ଭାବରେ ଏକ ବାର୍ତ୍ତା ଦଳର ସବୁ ସ୍ତରର ନେତାମାନଙ୍କୁ ଦେଇଛନ୍ତି ଯେ, ଭି.କେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କଲେ ତାଙ୍କୁ ଦଳରେ ଗୁରୁତ୍ୱ ମିଳିବ ନାହିଁ। ଗୋଟିଏ କଥା କହିଲେ ଅତ୍ୟୁକ୍ତି ହେବନି ନବୀନ ଜଣାଇଲେ ଯେ, ଯେ ପାଣ୍ଡିଆନ୍‌ର ନୁହେଁ ସେ ମୋର ନୁହେଁ। ପାଣ୍ଡିଆନ୍ ଦଳରେ ନାହାଁନ୍ତି ତମେ ତାଙ୍କ ବିଷୟରେ କିଛଇ କହିପାରିବ ନାହିଁ। ପରୋକ୍ଷରେ ଦେଖିଲେ ନବୀନଙ୍କ କାର୍ଯ୍ୟାଧାରାରୁ ସ୍ପଷ୍ଟ ଜଣାପଡ଼ିଲା ଏବେବି ବିଜେଡିରେ ପ୍ରଛଦ ପଟରେ ପାଣ୍ଡିଆନ୍ ସକ୍ରିୟ ହୋଇ ରହିଛନ୍ତି। ତାଙ୍କ ଇଶାରାରେ ହିଁ ସବୁ କିଛି ଚାଲିଛି।

ଦଳର ସାଂଗଠନିକ ପୂର୍ନଗଠନ ପୂର୍ବରୁ ୱାକଫ୍ ବୋର୍ଡକୁ ନେଇ ସମର୍ଥନ ଦେବା ଓ ନଦେବା ପ୍ରସଙ୍ଗରେ ବଡ଼ଧରଣର ଝଡ଼ ସୃଷ୍ଟି ହୋଇଥିଲା। ପ୍ରଥମେ ଦଳର ସଂସଦୀୟ କମିଟି ବୈଠକରେ ୱାକଫ୍ ବୋର୍ଡକୁ ବିରୋଧ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରେ ମତ ବଦଳାଇ ନିଜ ବିବେକ ଅନୁସାରେ ଭୋଟ୍ ଦେବାକୁ କୁହାଗଲା। ଯାହାକୁ ନେଇ ବିବାଦ ବଢ଼ିଲା। ଦଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଏପରିକି ଏପରି ନିର୍ଦ୍ଦେଶ ନବୀନ ନିଜେ ଦେଇଥିବା ନେଇ ସ୍ପଷ୍ଟ କଲେ ନାହିଁ। ଏହାପରେ ଅନୁଧ୍ୟାନ କରାଯିବ ବୋଲି ନବୀନ କହି ସନ୍ଦେହକୁ ଅଧିକ ଘନିଭୁତ କଲେ। ଯାହା ଫଳରେ ସମସ୍ତଙ୍କ ସନ୍ଦେହ ପାଣ୍ଡିଆନ୍‌ଙ୍କ ଆଡ଼କୁ ଗଲା। ବରିଷ୍ଠ ନେତାମାନେ ଏକାଠି ହୋଇ ବୈଠକ କଲେ। ଏବଂ ଅସନ୍ତୋଷ ବ୍ୟକ୍ତ କଲେ। ଯାହାକି ବିଜେଡିର ‘ମିଡ୍‌ନାଇଟ୍ ଅପରେସନ୍‌’ ପରେ ପ୍ରଥମ ମେଳି ହେଲା। ପ୍ୟାରୀ ମହାପାତ୍ର ଥିଲାେବେଳ ଏହି ‘ମିଡ୍‌ନାଇଟ୍ ଅପରେସନ୍‌’୍‌ରେ ସବୁ ବରିଷ୍ଠ ନେତାମାନଙ୍କୁ ଏକାଠି କରିଥିଲେ। ଯ।।ହାକୁ ନେଇ ସେତେବେଳେ ବହୁ ବିବାଦ ଦେଖାଦେଇଥିଲା। ଯାହାର ପରିଣତି ସମସ୍ତେ ଜାଣନ୍ତି। ଏବେ ପୁଣି ବରିଷ୍ଠ ନେତାମାନେ ଏକାଠି ହୋଇ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଶୋଦ୍‌ଗାର କରିବା ଘଟଣାକୁ ନବୀନ ସହଜରେ ଗ୍ରହଣ କଲେ ନାହିଁ। ଏହି ବୈଠକରେ ବରିଷ୍ଠଠୁ କନିଷ୍ଠ ସମସ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମର୍ଥନ ଦେଇଥିଲେ। ନବୀନଙ୍କ ସହ ରହିବେ ବୋଲି ଘୋଷଣା କରିଥିଲେ। ପାଣ୍ଡିଆନ୍‌ଙ୍କୁ ବିରୋଧ କରିଥିଲେ। ପାଣ୍ଡିଆନ୍ ହଟାଅ ନେଇ ଏକ ପ୍ରକାର ସ୍ୱର ଜୋର୍‌ଦାର୍ ହୋଇଥିଲା। ଶେଷରେ ନବୀନ ଗଣମାଧ୍ୟମକୁ ଆସି ପାଣ୍ଡିଆନ୍‌ଙ୍କ ସୁରକ୍ଷା କବଚ ସାଜିଥିଲେ । ସେବେଠୁ ଜଣାପଡ଼ୁଥିଲା ନବୀନ କିଛି ପଦକ୍ଷେପ ନେବେ। ଯେଉଁ କେତେଜଣ ବରିଷ୍ଠ ସ୍ୱର ଉଠାଇଥିଲେ ସେମାନଙ୍କୁ ଦୂରେଇ ରଖିବେ।

ସଭାପତି ହେବାପରେ ନବୀନ ଦଳ ପରିଚାଳନା ପାଇଁ ଯେଉଁ ସହଯୋଗୀମାନଙ୍କୁ ନେଲେ ସେଥିରୁ ପାଣ୍ଡିଆନ୍‌ଙ୍କ ବିରୋଧରେ ନେତାମାନଙ୍କୁ ବିଦା କଲେ। ପ୍ରଫୁଲ୍ଲ ମଲ୍ଲିକ, ଶଷିଭୁଷଣ ବେହାରା, ଭୁପିନ୍ଦର ସିଂ, ଦେବାଶିଷ ସମାନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମୁଖଙ୍କୁ ଆଉ ସଂଗଠନରେ କୌଣସି କର୍ମକର୍ତ୍ତା ଭାବେ ନେଲେ ନାହିଁ। ଦଳରେ ୧୫ଜଣ ଉପସଭାପତି, ୨୦ଜଣ ବରିଷ୍ଠ ସାଧାରଣ ସମ୍ପାଦକ ଓ ୩୫ଜଣ ସାଧାରଣ ସମ୍ପାଦକ ୭୦ଜଣଙ୍କୁ ନେଇଥିଲେ ବି ଅସନ୍ତୁଷ୍ଠଙ୍କୁ ସ୍ଥାନ ଦେଲେ ନାହିଁ। ପାଣ୍ଡିଆନ୍‌ଙ୍କ ବିରୋଧରେ ଯେଉଁ ମେଳି ହୋଇଥିଲା ସେଥିରେ ରଣେନ୍ଦ୍ର ପତାପ ସ୍ୱାଇଁ ଯୋଗ ଦେଇନଥିଲେ। ହେଲେ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ଓ ଜନଜାତିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦଳ ସଂଗଠନରେ ଦେବା ପାଇଁ ଚିଠି ଲେଖି ଥିବାରୁ ବିବାଦରେ ଫସିଥିଲେ। ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିଲେ ବି ସେ ଦଳରେ ନାହାଁନ୍ତି ବୋଲି ନବୀନ କହିଲେ। ତାଙ୍କ ପୁଅ ବର୍ତ୍ତମାନ ବିଧାୟକ ଥିଲେ ବି ଦଳରୁ ବାଦ୍ ପଡ଼ିଲେ।

ଏହିପରିକି ଯେଉଁ ରାଜନୈତିକ ବ୍ୟାପାର କମିଟି ଗଠନ କଲେ ସେଥିରେ ବି ପ୍ରମୁଖ ବରିଷ୍ଠମାନଙ୍କୁ ସ୍ଥାନ ଦେଲେ ନାହିଁ। ଏପରିକି ବିଧାୟକ ଦଳର ଉପନେତା ଥିବା ବରିଷ୍ଠ ବିଧାୟକ ତଥା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜନୈତିକ ବ୍ୟାପାର କମିଟିରେ ସ୍ଥାନ ମିଳିଲା ନାହିଁ। ଏପରିକି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଭଳି ନେତାମାନେ ବି ସ୍ଥାନ ପାଇଲେ ନାହିଁ। ପ୍ରାୟ ୨୫ ବର୍ଷ ପରେ ଏହି କମିଟିର ପୁର୍ନଗଠନ ହୋଇଥିଲେ ବି ନବୀନ ନିଜ କବ୍‌ଜାରେ ଏହାକୁ ରଖିବାକୁ ଚାହିଁଛନ୍ତି ବୋଲି କୁହାଯାଉଛି।

ଏ ସବୁ ଘଟଣାକୁ ନେଇ ଏବେ ରାଜନୈତିକ ମହଲରେ ଏକ ଆଲୋଚନା ଚାଲିଛି ଯେ, ପାଣ୍ଡିଆନ୍ ବିଜେଡିରୁ ସନ୍ୟାସ ନେଲେ ବୋଲି ଘୋଷଣା କରିଥିଲେ ବି ବାସ୍ତବରେ ଦଳରେ ତାଙ୍କର ପ୍ରଭାବ ରହିଛି। ନବୀନ ପଟ୍ଟନାୟକ ତାଙ୍କ ଇଶାରାରେ ଚାଲୁଛନ୍ତି। ତାଙ୍କୁ ସେ କୌଣସି ଦୂରେଇ ଦେଇ ପାରିବେ ନାହିଁ। ଏ ଅଦୃଶ୍ୟ ଶକ୍ତି ଭାବରେ ନବୀନଙ୍କ ପାଖରେ ରହି କାର୍ଯ୍ୟ କରିବେ । ଏପରିକି ଆଲୋଚନା ହେଉଛି ଯେ ନବୀନଙ୍କ ଏହି କାର୍ଯ୍ୟଧାରାରୁ ଜଣାପଡ଼ିଲା ବିଜେଡିରେ ପ୍ରକୃତ ନେତା ହେଉଛନ୍ତି ପାଣ୍ଡିଆନ୍‌। ସେ ହିଁ ହେଉଛନ୍ତି ଦଳର ସର୍ବେସର୍ବା। ନବୀନ କେବଳ ନିମିତ ମାତ୍ର। ପାଣ୍ଡିଆନ୍ ଚାହିଁଲେ ଜଣେ ଦଳରେ ରହିବେ, ନବୀନ ଚାହିଁଲେ ନୁହେଁ।

Tags: bjdkartik pandianNaveen patnaikodisha politics
ShareTweetShareSend
Sanchar Live

Sanchar Live

Next Post
ମୋଦିଙ୍କ ସହିତ ଫୋନରେ କଥା ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ମୋଦିଙ୍କ ସହିତ ଫୋନରେ କଥା ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା
  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.