ରାଜ୍ୟରେ ଅଂଶୁଘାତ ନେଇ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇନାହିଁ ବୋଲି ପୁଣି ଥରେ ସ୍ପଷ୍ଟ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାକୁ ସିରିୟସ ନେଇ ସରକାର ସ୍ୱତନ୍ତ୍ର ଆଡ଼ଭାଇଜରି ଜାରି କରିଛନ୍ତି । ଦୈନନ୍ଦିନ ରିପୋର୍ଟ ତଲବ ମଧ୍ୟ କରାଯାଉଛି । ସେଥିପାଇଂ ସ୍କୁଲ, କଲେଜ ଛୁଟି କରାଯାଇଛି । ଅଙ୍ଗନବାଡି ବନ୍ଦ ରହିଛି । ପିଲାଙ୍କ ଖାଦ୍ୟ ଘରେ ପହଁଚିବ । ଶ୍ରମିକମାନେ ମଧ୍ୟ ଦିନ ୧୧ଟା ରୁ ୩ ଟା ଯାଏ କାମ କରିବେ ନାହିଁ । ଏହାସତ୍ତ୍ବେ ମଧ୍ୟ ଯଦି ଆବଶ୍ୟକ ପଡେ ତେବେ ଜିଲ୍ଲାପାଳ ଜିଲ୍ଲାର ସ୍ଥିତି ଦେଖି ନିଷ୍ପତି ନେଇପାରିବେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ । ଓଡ଼ିଶାର ସମସ୍ତ ପିଏଚସି, ସିଏଚସି ରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ମନ୍ତ୍ରୀ ।