ସଂଚାର ବ୍ୟୁରୋ: ରାଜ୍ୟ ସରକାର ନେବେ ବଡ ପଦକ୍ଷେପ । ଆଉ ଖୋଲିବନି ନୂଆ ମଦ ଦୋକାନ । ଆଜି ଗଣାମଧ୍ୟକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଆଇନ୍ ମନ୍ତ୍ରୀ।ଏଥିସହ ଚୋରା ମଦ କାରବାର ବି ସମ୍ପୂର୍ଣ୍ଣ ବନ୍ଦ ହେବ । ଏଥିପାଇଁ ଅବକାରୀ ନୀତିରେ ଆମୁଳଚୁଳ ପରିବର୍ତ୍ତନ କରାଯିବା ସହ ତାହାକୁ ଆହୁରି କଡ଼ାକଡ଼ି କରାଯିବ ।ଯେଉଁ ମଦନୀତି ଥିଲା ତାହାକୁ ସାବଲୀଳ କରାଯିବ । ବର୍ତ୍ତମାନ ପ୍ରଚଳିତ ମଦ ନୀତିରେ ଥିବା ସମସ୍ୟାକୁ ସୁଚାରୁ ରୂପେ ସମାଧାନ କରାଯିବା ଦିଗରେ ପ୍ରଚେଷ୍ଟା କରାଯାଉଛି । ରାଜ୍ୟରେ ଚୋରା ମଦ କାରବାର ସବୁବେଳେ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ତେଣୁ ଚୋରାମଦ ବିକ୍ରି ବନ୍ଦ କରିବା ଆମ ସମ୍ମୁଖରେ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ମନ୍ତ୍ରୀ ।