ସଂଚାର ବ୍ୟୁରୋ: ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ରେଜଲ୍ଟ ପ୍ରକାଶରେ ଆଉ ବିଳମ୍ବ ହେବନି। ଯେହେତୁ ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ ରହିଛି। ତେଣୁ ଉଚ୍ଚଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରାଯିବ। ରେଜଲ୍ଟ ପ୍ରକାଶକୁ ନେଇ ଛାତ୍ରଛାତ୍ରୀମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରାଜ୍ୟରେ ମୋଟ ୧୦୫୩ କଲେଜ ରହିଛି। ସିଟ ସଂଖ୍ୟା ୨ ଲକ୍ଷ ୭୩ ହଜାର ୭୮୮ ରହିଛି। ଆଜି ପୋର୍ଟାଲରେ ଆବେଦନ ପ୍ରକ୍ରିୟା ସରୁଥିବା ବେଳେ, ଏଯାଏଁ ୧ ଲକ୍ଷ ୨୧ ହଜାର ୯୦୭ ପିଲା ଅନଲାଇନ ଜରିଆରେ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୮ ହଜାର ୪୯୨ ଫର୍ମ ପୂରଣ ଦେୟ ଦେଇଥିବା ଜଣାପଡିଛି।