ପୁଣିଥରେ ଚର୍ଚ୍ଚାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଘଟଣା ହେଉଛି ପାଟଣାରେ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ବାଜୁଥିବା ବେଳେ ନୀତିଶ କୁମାର ହସୁଥିବାର ଦେଖାଯାଉଥିଲା ଏବଂ କିଛି ସମୟ ପରେ ମୁଖ୍ୟ ସଚିବ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦୀପକ କୁମାରଙ୍କୁ କିଛି ଠାରିକି କହୁଛନ୍ତି ,ଏଥିରେ ଦୀପକ କୁମାର ଅସହଜ ମନେ କରୁଥିବାର ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କିନ୍ତୁ ମୁଖ୍ୟମନ୍ତ୍ରୀ ବାରମ୍ବାର ସଚିବଙ୍କ ଦେହରେ ହାତ ମାରୁଥିବାର ଦେଖାଯାଉଛି । ସଚିବ ଦୀପକ କୁମାର ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ସିଧା ଛିଡା ହୁଅନ୍ତୁ ବୋଲି ହେଲେ ନୀତିଶ ଶୁଣିନଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ,ଜାତୀୟ ସଙ୍ଗୀତ ଗାନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ସାଧରଣ ଲୋକ ଏବଂ ବିରୋଧୀ ସତେ ଯେମିତି ଏହି ଘଟଣାକୁ ଅନେଇକି ବସିଥିଲେ ।
ନୀତିଶଙ୍କ ମାନସିକ ଅବସ୍ଥାକୁ ନେଇ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି ପୂବର୍ତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଘଟଣା ପରେ ଆରଜେଡି ଘେରିଛି ନୀତିଶ କୁମାରଙ୍କୁ । ସୂଚନା ଅନୁସାରେ ଜାତୀୟ ସଙ୍ଗୀତ ବାଜିବା ସମୟରେ ନୀତିଶ କୁମାର ବାହାରକୁ ଚାଲିଯାଇଥିଲେ ଏବଂ କିଛି ସମୟ ପାଇଁ ଜାତୀୟ ସଙ୍ଗୀତକୁ ବନ୍ଦ କରାଯାଇଥିଲା । ପୂର୍ବ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ନୀତିଶ କୁମାରଙ୍କୁ ବିଧାନସଭାରେ କ୍ଷମା ମାଗିବାକୁ କହିଛନ୍ତି, ରାବିଡି ଦେବୀ କହିଥିଲେ ନୀତିଶଙ୍କ ମୁଣ୍ଡ କାମ କରୁନାହିଁ । ବିଧାନସଭାରେ ଝଡ ଦେଖିବାକୁ ମିଳିଥିଲା । ଏମିତିକି ବିଧାନସଭାକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି ।