ବୟସ ବଢ଼ିଛି… କିନ୍ତୁ କମିନାହିଁ ନୀନା ଗୁପ୍ତାଙ୍କ ଷ୍ଟାଇଲ୍ ଓ କନଫିଡେନ୍ସ। ବଲିଉଡ୍ରେ ନିଜ ଅଭିନୟ ଓ ନିଆରା ଅନ୍ଦାଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ନୀନା ଗୁପ୍ତା ପୁଣି ଥରେ ଚର୍ଚ୍ଚାରେ। ଏଥର କୌଣସି ଫିଲ୍ମ କିମ୍ବା ୱେବ୍ ସିରିଜ୍ ପାଇଁ ନୁହେଁ… ବରଂ ତାଙ୍କୁ ନେଇ ଭାଇରାଲ୍ ହୋଇଥିବା ଏକ ପ୍ରେଗନେନ୍ସି ଗସିପ୍ ପାଇଁ।
କିଛି ମାସ ପୂର୍ବରୁ ହାଇଦ୍ରାବାଦରେ ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡାଙ୍କ ବିବାହ ରିସେପ୍ସନ୍ରେ ଯୋଗ ଦେଇଥିଲେ ନୀନା ଗୁପ୍ତା। ରେଡ୍ କାର୍ପେଟ୍ରେ ଶାଢ଼ୀ ପିନ୍ଧି ତାଙ୍କର ଷ୍ଟାଇଲିସ୍ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ହେଲେ ଶାଢ଼ୀର ପ୍ଲିଟ୍ ପଡ଼ିବା ଷ୍ଟାଇଲ ଯୋଗୁଁ ପେଟ ଅଂଶ ସାମାନ୍ୟ ଫୁଲିଲା ଭଳି ଦେଖାଗଲା। ବାସ୍… ଏତିକିରୁ ଆରମ୍ଭ ହୋଇଗଲା ଚର୍ଚ୍ଚା।
୬୦ ବର୍ଷରେ କ’ଣ ନୀନା ଗୁପ୍ତା ଗର୍ଭବତୀ?
ସୋସିଆଲ୍ ମିଡିଆରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା। ଯାହାକୁ ନେଇ ନେଇ ନୀନା ଗୁପ୍ତା ଏବେ ନିଜେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏହି ଖବର ଶୁଣି ସେ ବହୁତ ଦୁଃଖିତ ହୋଇଥିଲେ। କିନ୍ତୁ ପରେ ଏହି ଘଟଣାକୁ ସେ ମଜାକରେ ନେବା ଆରମ୍ଭ କରିଥିଲେ। ଲୋକେ ଯେତେବେଳେ ତାଙ୍କୁ ଏ ବିଷୟରେ ପଚାରୁଥିଲେ, ସେ ମଜାକରେ କହୁଥିଲେ-“ହଁ,ମୁଁ ଗର୍ଭବତୀ।”ଏଭଳି ମଜାକ କରି ଗୁଜବକୁ ନେଇ ନିଜ ଷ୍ଟାଇଲରେ ଜବାବ ଦେଇଥିଲେ ନୀନା।
