ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ। ପୁରୀ ନିମାପଡା ଛଣିଜଙ୍ଗ ରାସ୍ତାରେ ଘଟିଛି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା। ମୃତ ଯୁବକ ଜଣଙ୍କ ଜଗସିଂହପୁର ବାଲିକୁଦା ଅଂଚଳର ଦିଲ୍ଲୀପ ରାଉତ। ଦିଲ୍ଲୀପ ବାଇକରେ ଯାଉଥିବା ସମୟରେ ମୁଖ୍ୟମନ୍ତ୍ରୀ ବସ ତାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଚାରିଛକ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚାରିଛକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ। ଅନ୍ୟପଟେ ଘଟଣାସ୍ଥଳରୁ ଫେରାର ମାରିଛି ବସ ଡ୍ରାଇଭର।ମୃତ ଖବର ପାଇ ସ୍ଥାନୀୟ ଲୋକଙ୍କ ଉତେଜନା ଦେଖିବାକୁ ମିଳିଥିଲା। ପୋଲିସ ସେମାନଙ୍କୁ ବୁଝାସୁଝା ଜାରି ରଖିଛି।

