ସଂଚାର ବ୍ୟୁରୋ: ଜାଗର ଯାତ୍ରା ଜାଳିବାକୁ ଯାଇଥିବା ବେଳେ ତାଲାଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରୁ ସୁନା, ରୁପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିନେଇଛନ୍ତି ଦୁର୍ବୃତ୍ତ । ବୁଧବାର ମହାଶିବରାତ୍ରିରେ ପରିବାର ଲୋକେ ନିକଟ ପଶ୍ଚିମେଶ୍ୱର ମହାଦେମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ । ଆଜି ସକାଳୁ ଘରକୁ ଫେରି ଘରର ମୁଖ୍ୟକବାଟ ତାଲା ଭଙ୍ଗାଯାଇଥିବା ବେଳେ ଘର ଭିତରେ ଆଲମୀରା ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ସୁବାସ ଦଳେଇ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ନ୍ୟାୟ ଦେଇ ଦୁର୍ବୃତ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।