ସଂଚାର ବ୍ୟୁରୋ: ପ୍ରସୂତି ମହିଳାଙ୍କୁ ବ୍ଲଡ ବ୍ୟାଙ୍କରୁ ଏକ୍ସପାଏରି ବ୍ଲଡ ଦେବାକୁ କେନ୍ଦ୍ରକରି ନୀଳଗିରି ମେଡିକାଲରେ ଚାପା ଉତ୍ତେଜନା। ସ୍ତ୍ରୀକୁ ଏକ୍ସପାଏରୀ ବ୍ଲଡ ଲଗାଇବା ବେଳେ ସ୍ବାମୀ ଦେଖି ଅଭିଯୋଗ କରିଥିଲେ। ସୂଚନା ଅନୁସାରେ, ସାନଅତା ଗାଁର ରବିନ୍ଦ୍ର କୁଅଁରଙ୍କ ସ୍ତ୍ରୀ ସସ୍ମିତା କୁଅଁର ନୀଳଗିରି ମେଡିକାଲରେ ପ୍ରସୂତୀ ପାଇଁ ଭର୍ତ୍ତି ହୋଇଥିଲେ। ସୋମବାର ତାଙ୍କର ପୂତ୍ର ସନ୍ତାନ ଟିଏ ଜନ୍ମ ହୋଇଥିଲା। ଅପରେଶନ ହୋଇଥିବାରୁ ବ୍ଲଡ ଲଗାଇବା ପାଇଁ ଡାକ୍ତର କହିଥିଲେ। ହେଲେ ଆଜି ବ୍ଲଡ ବ୍ୟାଙ୍କରୁ ରକ୍ତ ନେଇ ନର୍ସଙ୍କୁ ଦେଇଥିଲେ ରବୀନ୍ଦ୍ର। ତେବେ ରକ୍ତ ଦିଆଯାଉଥିବା ବେଳେ, ଏହାର ଏକ୍ସପାଏରୀ ସରି ଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ମେଡିକାଲରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ।