ଭୁବନେଶ୍ବର: ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମିଳିଲା ବଡ ଦାଇତ୍ୱ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ପାଇଲେ ନିଯୁକ୍ତି । ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି ।
ଶ୍ରୀ ମିଶ୍ର ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ସ୍ଵଭାଵ ପାଇଁ ପରିଚିତ। ପ୍ରକାଶ ମିଶ୍ର ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ଏନଡିଆରଏଫ ଡିଜି ଭାବେ ଦାଇତ୍ୱ ତୁଲାଇଛନ୍ତି । ସେ ଏନଡିଆରଏଫର ଡିଜି ମଧ୍ୟ ଥିଲେ । ତାଙ୍କ ଲିଖିତ ପୁସ୍ତକରେ ପିଲାଦିନରୁ ନିଜର ଅବସର ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସାମ୍ନା କରିଥିବା ଘଟଣାବଳି ଦେଖିବାକୁ ମିଳେ । ସୂଚନାଯୋଗ୍ୟ, ୨୦୧୯ରେ ବିଜେପି ଦଳରୁ କଟକ ଲୋକସଭା ଆସନ ପାଇଁ ସେ ନିର୍ବାଚନ ଲଢିଥିଲେ ।