ସଂଚାର ବ୍ୟୁରୋ: ‘ସମ୍ବାଦ ଭବନ’ରେ ଇପ୍ସା ତ୍ରିପାଠୀଙ୍କ ପ୍ରଥମ ଇଂରାଜି କବିତା ପୁସ୍ତକ Soulscapes ଉନ୍ମୋଚିତ । ଉନ୍ମୋଚନ କଲେ ସମ୍ବାଦ ଗ୍ରୁପ ସଂପାଦକ ତନୟା ପଟ୍ଟନାୟକ। ଏହି ଅବସରରେ ମେସର୍ସ ଜଗନ୍ନାଥ ରଥ ପ୍ରକାଶନ ସଂସ୍ଥାର ସତ୍ତ୍ବାଧିକାରୀ ଶୁଭେନ୍ଦୁ ଶେଖର ରଥ ଓ କ୍ଷେତ୍ରମୋହନ ମିଶ୍ର ଉପସ୍ଥିତ ରହିଥିଲେ । ଏହି ପୁସ୍ତକଟି ପାଠକଙ୍କ ଗହଣରେ ବେଶ ଆଦୃତ ହେବ ବୋଲି ଆଶା ରଖିଛନ୍ତି ଇପ୍ସା ।

